ମହେନ୍ଦ୍ର ସିଂହ ଧୋନୀ ମୋ ବାପାଙ୍କ ଭଳି: ମାଥିସା ପାଥିରାନା

Published By : Prameya-News7 Bureau | May 04, 2024 IST

indiatoday

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ମୋ ପାଇଁ ବାପାଙ୍କ ଭଳି। ସେ ମୋତେ ସବୁ କ୍ଷେତ୍ରରେ ବାପାଙ୍କ ଭଳି ଗାଇଡ୍ କରନ୍ତି। ଏଭଳି କହିଛନ୍ତି ଶ୍ରୀଲଙ୍କା ତଥା ଚେନ୍ନାଇ ସୁପର କିଙ୍ଗ୍ସର ସେନ୍‌ସେସ୍‌ନାଲ ବୋଲର ମାଥିସା ପାଥିରାନା।

୨୦୨୨ରେ ପାଥିରାନା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଦଳରେ ଅଛନ୍ତି। ଚଳିତ ଆଇପିଏଲ୍‌ ସିଜନରେ ପାଥିରାନାଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳୁଛି। ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଆଇପିଏଲ୍ ଟାଇଟଲ ହାତେଇଛି। ଆଉ ଧୋନୀ ସବୁ କ୍ଷେତ୍ରରେ ପାଥିରାନାଙ୍କୁ ସହଯୋଗ ଗାଇଡ୍ କରିଛନ୍ତି ବୋଲି ସେ କହିଛନ୍ତି। 


ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱାରା ଆୟୋଜିତ ଲାଇଅନ୍ସ ଅପକ୍ଲୋଜ କାର୍ଯ୍ୟକ୍ରମରେ ପାଥିରାନାଙ୍କ କ୍ରିକେଟ୍ କ୍ୟାରିୟରରେ ଧୋନୀଙ୍କର ପ୍ରଭାବକୁ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଧୋନୀ ମୋତେ ବେଶି କିଛି କୁହନ୍ତି ନାହିଁ। କିନ୍ତୁ ମୋ ଆତ୍ମବିଶ୍ୱାସକୁ ବଳ ଦେବା ପାଇଁ ସେ ମୋତେ ଛୋଟ ଛୋଟ ପରାମର୍ଶ ଦିଅନ୍ତି।


ଧୋନୀଙ୍କୁ ନିଜ ବାପାଙ୍କ ସହ ତୁଳନା କରି ପାଥିରାନା କହିଛନ୍ତି “ ମୋ ବାପାଙ୍କ ପରେ ମୋ କ୍ରିକେଟ୍ ଜୀବନରେ ଅଧିକାଂସ ସମୟରେ ସେ(ଧୋନୀ) ମୋ ବାପାଙ୍କ ଭୂମିକା ନିର୍ବାହ କରିଛନ୍ତି। କାରଣ ସେ ସବୁବେଳେ ମୋର ଜତ୍ନ ନିଅନ୍ତି ଓ ମୋତେ କ’ଣ କରିବାର ଅଛି ସେ ବିଷୟରେ ଉପଦେଶ ଦିଅନ୍ତି। ଠିକ୍ ମୋ ବାପା ମଧ୍ୟ ସମାନ କାମ କରନ୍ତି, ଯେତେବେଳେ ମୁଁ ଘରେ କୌଣସି କାମ କରୁଥାଏ। ମୁଁ ଭାବୁଛି ମୋ ଏତିକି ମୋପାଇଁ ଯଥେଷ୍ଟ। ମୁଁ ପଡ଼ିଆରେ ଭିତରେ ଥାଏ, କି ବାହାରେ ସେ ମୋତେ ବେଶି କିଛି କୁହନ୍ତି ନାହିଁ। କେବଳ ଛୋଟ ଛୋଟ କଥାରେ ଗାଇଡ୍ କରନ୍ତି। କେଳକୁ ଉପଭୋଗ କର। ଶରୀର ସୁସ୍ଥ ରଖ ବୋଲି କୁହନ୍ତି ଧୋନୀ। ହେଲେ ଏଥିରେ ବହୁତ ମହତ୍ୱ ଥାଏ। ମୋ ଆତ୍ମବିଶ୍ୱାସ ବଢ଼ିଯାଏ। ଏହି ଛୋଟ ଛୋଟ କଥାରୁ ମୁଁ ବହୁତ ଆତ୍ମବିଶ୍ୱାସ ପାଏ ଏବଂ ସେ କେଉଁ ସମୟରେ କେଉଁ ଖେଳାଳିଙ୍କୁ କିଭଳ ମ୍ୟାନେଜ୍ କରାଯିବ ଧୋନୀ ଜାଣନ୍ତି। ପଡ଼ିଆ ବାହାରେ ଆମେ ବେଶି କଥା ହେଉ ନା। ତେବେ ମୋର ଯଦି ତାଙ୍କୁ କିଛି ପଚାରିବାକୁ ଥାଏ ତେବେ ତାଙ୍କ ପାଖକୁ ଯାଇ ସିଧା ପଚାରିଦିଏ।”

ଆସନ୍ତା ବର୍ଷ ବି ଆଉ ଏକ ଆଇପିଏଲ୍‌ ପାଳି ଖେଳିବାକୁ ଧୋନୀଙ୍କୁ ଅତି ସ୍ନେହଁରେ ଅନୁରୋଧ କରିଛନ୍ତି ପାଥିରାନା। ସେ କହିଛନ୍ତି ମାହି ଭାଇ ଯଦି ଆପଣ ପାରନ୍ତି ତେବେ ଆଉ ଏକ ସିଜନ ଖେଳନ୍ତୁ। ଯଦି ମୁଁ ଏହି ଦଳରେ ରହିଲି ତେବେ।

ସୂଚନା ଥାଉକି ୨୦୨୪ ଆଇପିଏଲ୍‌ରେ ୨୧ ବର୍ଷୀୟ ପାଥିରାନା ତୃତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ୬ ଇନିଂସରେ ୧୨ ଆଭେରଜ ସହ ୭.୮୮ ଇକୋନୋମି ରେଟ୍‌ରେ ପାଥିରାନା ୧୩ ୱିକେଟ୍ ନେଇଛନ୍ତି। ୨୦୨୩ରେ ସେ୧୨ଟ ଇନିଂସ ଖେଳି ୧୯ ୱିକେଟ୍ ନେଇଥିଲେ। ସେତେବେଳେ ତାଙ୍କ ଆଭେରଜ ୧୯.୫୨ ଏବଂ ଇକୋନୋମୀ ରେଟ୍ ୮ ଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.