ସେଫ୍ଟି ସାର୍ଟିଫିକେଟ ବିନା ଏୟାର ବସ୍ ଉଡାଣ ବିରୋଧରେ DGCAଙ୍କ କାର୍ଯ୍ୟାନୁଷ୍ଠାନ, ଚିନ୍ତାରେ Air India

NEWS7
sunny-kaushal-break-silence-on-dating-sharvari-wagh

ନୂଆଦିଲ୍ଲୀ ୧୩।୨: ଭାରତର ବେସାମରିକ ବିମାନ ଚଳାଚଳ ନିୟାମକ ଡାଇରେକ୍ଟରେଟ ଜେନେରାଲ ଅଫ ସିଭିଲ ଏଭିଏସନ (ଡିଜିସିଏ) ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜରିମନା କରିଛନ୍ତି। ଏୟାର ଲାଇନ ଏକ ଏୟାରବସ୍ ବିମାନକୁ ଆବଶ୍ୟକ ‘ଏୟାର ୱର୍ଥିନେସ୍ ରିଭ୍ୟୁ ସାର୍ଟିଫିକେଟ୍’ (ଏଆରସି) ବିନା ୮ ଥର ଉଡାଇଥିଲା। ଏହି ବିମାନକୁ ଏୟାର ଇଣ୍ଡିଆ ୨୪-୨୫ ନଭେମ୍ବର ୨୦୨୫ରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମଧ୍ୟରେ ଯାତ୍ରୀଙ୍କୁ ବସାଇ ଉଡାଇଥିଲା। ଏଥିପାଇଁ ଡିଜିସିଏ ଏହି ଜରିମନା କରିଛନ୍ତି।

ଏଆରସି ସେହି ଅନିବାର୍ଯ୍ୟ ବାର୍ଷିକ ପ୍ରମାଣପତ୍ର ଯାହା ବିମାନର ଟେକ୍ନିକାଲ ସ୍ଥିତି, ରକ୍ଷଣାବେକ୍ଷଣ ରେକର୍ଡ ଓ ସୁରକ୍ଷା ଷ୍ଡାଣ୍ଡାର୍ଡ ଯାଞ୍ଚ ପରେ ଜାରି କରାଯାଇଥାଏ। ଏଥିରୁ ଏହା ସୁନିଶ୍ଚିତ କରାଯାଏ ବିମାନ ନିୟାମକୀୟ ନିୟମ ଓ ସୁରକ୍ଷା ଷ୍ଟାଣ୍ଡାର୍ଡ ଅନୁରୂପ ଅଛି। ବିନା ବୈଧ ଏଆରସିରେ କୌଣସି ବିମାନର ବାଣିଜ୍ୟିକ ଉଡାଣକୁ ଗୁରୁତର ଉଲ୍ଲଂଘନ ମନେ କରାଯାଏ। ଏହି ଆଧାରରେ ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ କଡ଼ା ଜରିମନା କରିଛନ୍ତି, ଯାହାଦ୍ୱାରା ଏୟାରଲାଇନ୍ସ ଭବିଷ୍ୟତରେ ଏପରି ଭୁଲ ଆଉ ନ କରେ।

ଡିଜିସିଏଙ୍କ ଅନୁସାରେ କୌଣସି ବିମାନର ବାଣିଜ୍ୟିକ ଉଡାଣ ପୂର୍ବରୁ ବୈଧ ଏଆରସି ପ୍ରମାଣ ଅନିବାର୍ଯ୍ୟ ହୋଇଥାଏ। ନିୟାମକ ଜାଣିବାକୁ ପାଇଛନ୍ତି ସମ୍ପୃକ୍ତ ଏୟାରବସ୍ ବିମାନକୁ ନିର୍ଦ୍ଧାରିତ ଅନୁମତି ବିନା ସାଞ୍ଚାଳନ କରାଯାଇଥିଲା, ଯାହା ବିମାନ ସୁରକ୍ଷାର ଉଲ୍ଲଂଘନ। ଏହାକୁ ଗୁରୁତର ତ୍ରୁଟି ଗ୍ରହଣ କରି ଡିଜିସିଏ ଆର୍ଥିକ ଦଣ୍ଡ ବିଧାନ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନକୁ ବିମାନ ସୁରକ୍ଷା ଷ୍ଟାଣ୍ଡାର୍ଡର କଡ଼ାକଡି ପାଳନର ସଂକେତ ରୂପେ ଦେଖାଯାଉଛି। ଏୟାର ଇଣ୍ଡିଆ ପକ୍ଷରୁ ଏପରି ମାମଲାରେ ନିୟାମକଙ୍କ ସହିତ ସହଯୋଗ ଓ ପ୍ରକ୍ରିୟାତ୍ମକ ସୁଧାର ନେଇ ଆଲୋଚନା କରିଥିବା ଜଣାପଡିଛି।

ଏହା ବି ପଢନ୍ତୁ:-ନୂଆ ଆୟକର ନିୟମ ୨୦୨୬ରେ ପାନ୍ କାର୍ଡକୁ ନେଇ ହୋଇଛି ୫ ବଡ଼ ପରିବର୍ତ୍ତନ: ଟ୍ରାଞ୍ଜାକ୍ସନ ପୂର୍ବରୁ ଜାଣିବା ଜରୁରୀ