କଂଗ୍ରେସକୁ ଝଟ୍‌କା, ଟିକେଟ ଫେରାଇଲେ ପୁରୀ ଲୋକସଭା ପ୍ରାର୍ଥୀ

Published By : Prameya-News7 Bureau | May 04, 2024 IST

ପୁରୀ ୦୪।୦୫ : ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା । ଗୋଟିଏ ପଟେ ଦଳ ଏବେ ଯାଏଁ ସବୁ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଦେଇନଥିବା ବେଳେ ଏବେ ନୂଆ ଟେନ୍‌ସନ୍‌ । ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇଥିବା ସୁଚରିତା ମହାନ୍ତି ଏବେ ଟିକେଟ୍‌ ଫେରାଇଛନ୍ତି ।

ଖବର ଅନୁଯାୟୀ, ରାଜ୍ୟର ଏକ ଚର୍ଚ୍ଚିତ ଲୋକସଭା ଆସନ ପୁରୀ । ଏଠାରୁ ଚଳିତ ଥର ସାଧାରଣ ନିର୍ବାଚନ ଲାଗି  ବିଜେଡି ଅରୁପ ପଟ୍ଟନାୟକଙ୍କ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କୁ ଭରସା କରିଛି । ଆଉ କଂଗ୍ରେସ ସୂଚରିତା ମହାନ୍ତିଙ୍କୁ କରିଥିଲା ଭରସା । ପୁରୀ ଲୋକସଭା ଲାଗି ପ୍ରାର୍ଥୀ କରିଥିଲା କଂଗ୍ରେସ । ହେଲେ ଏବେ ସେ  ଫେରାଇଛନ୍ତି ଟିକେଟ । ଦୁର୍ବଳ ବିଧାନସଭା ପ୍ରାର୍ଥୀ ଓ ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନମିଳିବା କାରଣରୁ  ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।  ଏକ ଇମେଲ୍‌ ଜରିଆରେ ସୋନିଆ ଗାନ୍ଧୀ. ରାହୁଲ୍‌ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସଂପାଦକ କେସି ବେନୁଗୋପାଳଙ୍କୁ ଜଣାଇଛନ୍ତି । 

ଏହାପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ସୁଚରିତା ମହାନ୍ତି ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପାଇଁ ସାଂସଦ ପ୍ରାର୍ଥୀ ହୋଇଥିଲେ । ଯେଉଁଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିଜେଡି ପ୍ରାର୍ଥୀ ପିନାକ ମିଶ୍ରଙ୍କ ଠାରୁ ହାରିଥିଲେ  ସୁଚରିତା ମହାନ୍ତି । ୨୦୧୪ରେ ସୁଚରିତ ମହାନ୍ତି ମାତ୍ର ୨ ଲକ୍ଷ ୫୦ ହଜାର ଭୋଟ ପାଇଥିଲେ । ଯାହାକୁ ଆଧାର କରି ଦଳ ଏଥର ମଧ୍ୟ ପ୍ରାର୍ଥୀ କରିଥିଲା । ହେଲେ ଏବେ ସେ ନିଜେ ଟିକେଟ୍‌ ଫେରାଇଦେଇଛନ୍ତି ।  ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ମେ ୬ ତାରିଖ । ଯାହାକୁ ନେଇ କଂଗ୍ରେସ ଏବେ ଟେନ୍‌ସନ୍‌ । 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.