ଭୁବନେଶ୍ୱର ୧୬।୦୮: ଦୟୀ ନଦୀରେ ନାବାଳିକା ଭାସି ଯାଇ ନିଖୋଜ ଘଟଣା । କିଛି ଘଟଣାର ଅକ୍ଲାନ୍ତ ପରିଶ୍ରମ ପରେ ଠାବ ହେଲା ନିଖୋଜ ଛାତ୍ରଙ୍କ ମୃତଦେହ । ଶୁଭମ୍ଙ୍କ ମୃତଦେହକୁ ଠାବ କଲା ଅଗ୍ନିଶମ ବାହିନୀ । ଗଙ୍ଗେଶ୍ୱର ନିକଟରୁ ଉଦ୍ଧାର ହୋଇଛି ଶୁଭମଙ୍କ ମୃତଦେହ । ଧଉଳି ଥାନା ପୋଲିସ ପହଞ୍ଚି ଆରମ୍ଭ କରିଛି ଛାନ୍ଭିନ୍ ।
ଖବର ଅନୁଯାୟୀ, ଶୁକ୍ରବାର ଦିନ ୪ ଜଣ ସ୍କୁଲ ଛାତ୍ର ଦୟା ନଦୀ କୂଳରେ ଭୋଜି କରିବାକୁ ଆସିଥିଲେ । ଏହି ଭୋଜି ସମୟରେ କୌଣସି ପରିସ୍ଥିତିରେ ନାବାଳକ ଛାତ୍ର ଜଣଙ୍କ ନଦୀ ପାଣିରେ ଭାସିଯାଇଥିଲେ । ଯାହାପରେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ ।ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଠାବ ହୋଇଥିଲା ନିଖୋଜ ଛାତ୍ରଙ୍କ ମୃତଦେହ । ଘଟଣାସ୍ଥଳରୁ ୬ କିଲୋମିଟର ଦୂରରେ ଠାବ ହୋଇଛି ନାବାଳକ ଶୁଭମଙ୍କ ମୃତଦେହ । ଗଙ୍ଗେଶ୍ୱର ନିକଟରୁ ନାବାଳକଙ୍କ ମୃତଦେହକୁ ଠାବ କରିଥିଲା ଅଗ୍ନିଶମ ବାହିନୀ । ମୃତଦେହ ଜବତ ପରେ ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମଧ୍ୟ ପଠାଇଛି ।