ଓସିଏ ସମ୍ପାଦକଙ୍କ ସୂଚନା, ମଧ୍ୟପ୍ରଦେଶ ଛାଡ଼ି ପୁଣି ଓଡ଼ିଶା ପାଇଁ ଖେଳିବେ ଶୁଭ୍ରାଂଶୁ ସେନାପତି

Published By : Prameya-News7 Bureau | April 10, 2025 IST

କଟକ ୧୦।୦୪ : ରାଜ୍ୟକୁ ପୁଣି ଫେରିବେ କ୍ରିକେଟର ଶୁଭ୍ରାଂଶୁ ସେନାପତି । ଓଡ଼ିଶା କ୍ରିକେଟର ପ୍ରତିଭାବାନ ଖେଳାଳି ଶୁଭ୍ରାଂଶୁ ସେନାପତି ପୁଣି ଥରେ ନିଜ ରାଜ୍ୟକୁ ଫେରିବାକୁ ଯାଉଛନ୍ତି । ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା । 

ସେ କହିଛନ୍ତି ଯେ, ଗତ ବର୍ଷ ଓଡିଶା କ୍ରିକେଟ ଛାଡି ମଧ୍ୟପ୍ରଦେଶ କ୍ରିକେଟ ଦଳ ସହିତ ଯୋଗ ଦେଇଥିବା ଶୁଭ୍ରାଂଶୁ । ପାଖାପାଖି ଗୋଟିଏ ସିଜିନ ମଧ୍ୟପ୍ରଦେଶ ପକ୍ଷରୁ ଖେଳିସାରିଛନ୍ତି। ଏବେ ସେ ଓଡିଶାକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶୁଭ୍ରାଂଶୁ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନକୁ ନୋ ଅବଜେକ୍ସନ ସାର୍ଟିଫିକେଟ ବା NOC ପାଇଁ ଆବେଦନ କରିଥିଲେ। ଏହି NOC ମିଳିବା ପରେ ଶୁଭ୍ରାଂଶୁ ଓଡିଶା କ୍ରିକେଟ ଦଳ ସହିତ ପୁଣି ଥରେ ଯୋଗ ଦେବେ। 

ସୂଚନାଯୋଗ୍ୟ ଯେ, ଓଡ଼ିଶା କ୍ରିକେଟ୍‌ର ଏହି ଯୁବ ତାରକାଙ୍କ ଖେଳ ଓ ପ୍ରଦର୍ଶନ ଦେଖି ଆଇପିଏଲ୍‌ ପ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ନିଜ ଦଳରେ ସାମିଲ କରିଥିଲା । ହେଲେ ୨୦୨୫ ସିଜିନ୍‌ ପାଇଁ ମେଗା ଅକ୍ସନରେ ରିଲିଜ୍‌ କରିଦେଇଥିଲା ଚେନ୍ନାଇ ସୁପର କିଙ୍ଗସ୍ । ୫୭ ଟି ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିଥିବା ବେଳେ ୩୨୧୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି ୨୭୭ । ସେହିପରି ୫୩ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳିଛନ୍ତି ଶୁଭ୍ରାଂଶୁ । ଯେଉଁଥିରେ ୧୪୭୯ ରନ୍‌ ସଂଗ୍ରହ କରିଛନ୍ତି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.