ଟିମ୍ ଇଣ୍ଡିଆର କୋଚ୍ ହେବାକୁ କେହି ରାଜି ନୁହେଁ, ମନା କରିଦେଲେ ଅଷ୍ଟ୍ରେଲିଆ କ୍ରିକେଟର୍

NEWS7
students-strike-in-front-of-school-demanding-appointment-of-teacher

ସିଡନୀ, ୦୨/୦୧ :ଭାରତୀୟ କ୍ରିକେଟ୍ ଟିମରେ ଏବେ କିଛି ଠିକ୍ ଚାଲିନି । ଏକାଧିକ ଟେଷ୍ଟ୍ ସିରିଜ୍ ହାରିବା ପରେ ବିବାଦରେ ଫସିଥିଲେ ଗୌତମ ଗମ୍ଭୀର । ତାଙ୍କ ବଦଳରେ ନୂଆ କୋଚଙ୍କ ଦାୟିତ୍ୱ ଦେବାକୁ ଦାବି ହେଉଛି । କିଛି ଦିନ ତଳେ ବିସିସିଆଇ ଭିଭିଏସ ଲକ୍ଷ୍ଣଣଙ୍କୁ ନୂଆ କୋଚ୍ କରିବା ନେଇ ଖବର ଆସିଥିଲା । ଏହା ମଧ୍ୟରେ ବିଦେଶୀ କୋଚ୍ କଥା ବି ଉଠୁଛି । ତେବେ ଅଷ୍ଟ୍ରେଲିଆର ଜଣେ ପୂର୍ବତନ ଷ୍ଟାର୍ ଖେଳାଳି ଟିମ୍ ଇଣ୍ଡିଆର କୋଚ୍ ହେବାକୁ ମନା କରିଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆର ମହାନ ବୋଲର ଜାସନ୍ ଗିଲେସ୍ପି ଏକ ଟ୍ୱିଟ୍ କରିଥିଲେ । ଏଥିରେ ସେ ଫ୍ୟାନ୍ସଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ପ୍ରଶଂସକମାନେ ପଚାରୁଥିବା ବିଭିନ୍ନ ପ୍ରଶ୍ନର ସେ ଉତ୍ତର ରଖୁଥିଲେ । ନିକ ଏକ୍ସ ପେଜରେ ତାଙ୍କୁ ଜଣେ ୟୁଜର ଭାରତୀୟ ଦଳର କୋଚ୍ ହେବେ କି ବୋଲି ପ୍ରଶ୍ନ କରିଥିଲେ । ଜାସନ୍ ଏବେ ତୁମେ ଭାରତୀୟ ଦଳର କୋଚ୍ ହୁଅ । ସେମାନେ ଏବେ ଖାଲି ପରାସ୍ତ ହେଉନାହାଁନ୍ତି ବରଂ କ୍ଲିନ୍ ସ୍ପିପ୍ ହେଉଛନ୍ତି । ସେମାନେ ଆପଣଙ୍କୁ ଚାହୁଁଥିବା ଜଣେ ୟୁଜର ପଚାରିଥିଲେ ।

ଯାହାର ଜବାବରେ ଗିଲେସ୍ପି କେବଳ ନାଁ ଏବଂ ଧନ୍ୟବାଦ କହିଥିଲେ । ଅର୍ଥାତ ସେ ଭାରତୀୟ ଦଳର କୋଚ୍ ହେବାକୁ ରାଜି ନଥିବା ପରୋକ୍ଷରେ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ଲିମିଟେଡ୍ ଓଭର ଫର୍ମାଟରେ ଗମ୍ଭୀରଙ୍କ ସହ ଭାରତ ଦମଦାର୍ ପ୍ରଦର୍ଶନ କରୁଛି । କିନ୍ତୁ ଟେଷ୍ଟରେ ଦଳ ବିପର୍ଯ୍ୟର ସାମ୍ନା କରୁଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବଂ ଏସିଆ କପରେ ଭାରତ ଟ୍ରଫି ଜିତିଛି । ହେଲେ ଟେଷ୍ଟରେ ଦଳ ଗମ୍ଭୀରଙ୍କ ସମୟରେ ମାତ୍ର ୭ଟି ମୁକାବିଲା ଜିତିଥିବା ବେଳେ ୧୦ଟିରେ ପରାସ୍ତ ହୋଇଛି ।