ଗଣିତ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ, ଠିକ୍‌ରେ କ୍ଲାସ୍ କରୁନଥିବା ଅଭିଯୋଗ

Published By : Prameya-News7 Bureau | July 16, 2025 IST

ଆସ୍କା ୧୬।୭: ସ୍କୁଲ ଭିତରେ ଗଣିତ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ନବମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ I ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ସ୍ଥିତ ଟେକ୍ନିକାଲ ହାଇସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ହାଇସ୍କୁଲର ଗଣିତ ଶିକ୍ଷୟିତ୍ରୀ ଅକଲିମ୍ ବେଗମ ସ୍କୁଲରେ ଠିକ୍ ଭାବେ କ୍ଲାସ କରୁନଥିବା ଅଭିଯୋଗ ଆଣି ସ୍କୁଲ ଭିତରେ ତାଲା ପକାଇ ସ୍କୁଲ ବାରଣ୍ଡାରେ ପ୍ରତିବାଦରେ ବସିଛନ୍ତି ଛାତ୍ରଛାତ୍ରୀ l ୩ ମାସ ହେଲା ପିଲାଙ୍କ ସ୍କୁଲରେ ଗଣିତ ପଢା ହେଉ ନଥିବାରୁ ପିଲାମାନେ ଏଭଳି ନିଷ୍ପତି ନେଇଛନ୍ତି l ଆଗକୁ ଦଶମ ପରୀକ୍ଷା ଥିବା ବେଳେ ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ ।

You Can Read:

ମଦ ଦୋକାନରୁ ଲୁଟ୍, ନଗଦ ୩ ଲକ୍ଷ ଟଙ୍କା ସହ ନେଇଗଲେ ବିଦେଶୀ ମଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.