ସ୍କୁଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ, ବାରଣ୍ଡାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | April 10, 2025 IST

ଭୁବନେଶ୍ୱର ୧୦।୦୪ : ସ୍କୁଲ ବନ୍ଦ ଚେତାବନୀକୁ ବିରୋଧ । ସ୍କୁଲ ବାରଣ୍ଡାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଖୋଦ୍‌ ରାଜଧାନୀ ସ୍ଥିତ ମଞ୍ଚେଶ୍ୱର ରେଲଓ୍ୱେ କଲୋନୀ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ଧାରଣା ଦେଉଛନ୍ତି । 

ଖବର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ରେଲଓ୍ୱେ କଲୋନୀରେ ଥିବା ସ୍କୁଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ । ଏପିରିକି ଗୁରୁବାର ଦିନ ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ବସି ବିରୋଧ କରୁଛନ୍ତି । ସ୍କୁଲ ବାହାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିରୋଧ କରୁଛନ୍ତି । ଉକ୍ତ ସ୍ଥାନରେ ସ୍କୁଲ ଚାଲିବା ସପକ୍ଷରେ  ସ୍ଥାନୀୟ ନେତା, ବିଧାୟକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ମତ ଦେଇଛନ୍ତି । କାହା ଚାପରେ ଶିକ୍ଷା ବିଭାଗର ଅଧିକାରୀମାନେ ଏହି ନିଷ୍ପତ୍ତି ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.