LIVE TV
LIVE TV

ପ୍ରାଇଜ୍ ମନି ନମିଳିଲେ ଓଡ଼ିଶା ଛାଡ଼ିବି, ନିୟମକୁ ନେଇ ଅସନ୍ତୋଷ ଝାଡ଼ିଲେ ପାରା ଅଲିମ୍ପିଆନ ପ୍ରମୋଦ ଭଗତ

NEWS7
student-dies-after-drowing-in-pond-in-bolangir

ଭୁବନେଶ୍ୱର: ପାରା ଅଲିମ୍ପିଆନ ତଥା ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ଭଗତ ଅସନ୍ତୁଷ୍ଟ । ସେ ଏବେ ଆଉ ଓଡ଼ିଶାରୁ ଖେଳିବେ ନାହିଁ ବୋଲି ଏଭଳି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । ଭିନ୍ନକ୍ଷମ ବ୍ୟାଡମିଣ୍ଟନରେ ଦେଶ ଏବଂ ଅନ୍ତର୍ଜାତିକ ସ୍ତରରେ ଗୋଲ୍ଡ ମେଡାଲ ଜିତି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଥିଲେ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେ ପାଇଥିବା ପୁରସ୍କାର ରାଶି ୯ କୋଟି ଟପିଯାଇଥିବା ବେଳେ ପ୍ରମୋଦ ପୁରସ୍କାର ନିୟମ ବଦଳାଇବାକୁ ଅନୁରୋଧ କରିଛନ୍ତି । ନହେଲେ ସେ ରାଜ୍ୟ ଛାଡ଼ିବା ପାଇଁ ଚେତାବନୀ ଦେଇଛନ୍ତି ।

ରାଜ୍ୟ ଛାଡିବେ ପଦ୍ମଶ୍ରୀ ପ୍ରମୋଦ ଭଗତ । ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ୬ଥର ବିଶ୍ବ ଚାମ୍ପିୟାନ, ପାରା ଅଲିମ୍ପିକରେ ଗୋଲଡ ମେଡାଲିଷ୍ଟ ଓ ୨ଥର ଏସିଆନ ପାରା ବ୍ୟାଡମିଣ୍ଟନ ଚାମ୍ପିୟନ ହୋଇଛନ୍ତି । ଅନେକ ଟୁର ଇଭେଣ୍ଟ ସିଙ୍ଗଲ୍ସ ଓ ଡବଲ୍ସରେ ରାଜ୍ୟ ଓ ଦେଶ ପାଇଁ ଆଣିଛନ୍ତି ଗୌରବ । କିନ୍ତୁ ଏବେ ସେ ରାଜ୍ୟ ଛାଡିବା ପାଇଁ ଚିନ୍ତା କରୁଛନ୍ତି । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କୌଣସି ଖେଳାଳି ବିଶ୍ୱ ଚାମ୍ପିୟନଶିପ କିମ୍ବା ଅଲିମ୍ପିକ୍ସ କିମ୍ବା ଏସିଆନ ଚାମ୍ପିଅନଶିପ୍ରେ ମେଡାଲ ଜିତିଲେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ତେବେ ଜଣେ ଖେଳାଳି ଅତି ବେଶିରେ ୯ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରାଇଜ ମନି ପାଇପରିବେ । ପ୍ରମୋଦ ଭଗତ ଏକାଧିକ ବାର ମେଡାଲ ଜିତିଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ୯ କୋଟି ଟଙ୍କାର ପ୍ରାଇଜ ମନି ପାଇସାରିଲେଣି । ତେଣୁ ନିୟମ ଅନୁସାରେ ସେ ଏବେ ଆନ୍ତର୍ଜାତିକ ମେଡାଲ ଜିତିଲେ ମଧ୍ୟ ପ୍ରାଇଜ ମନି ପାଇବେନି ବା ପାଉନାହାନ୍ତି । ତେଣୁ ଏହି ନିୟମ ବଦଳାଇବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ବାରମ୍ବାର କ୍ରୀଡା ମନ୍ତ୍ରୀଙ୍କୁ ଭେଟିଛନ୍ତି । କିନ୍ତୁ ସରକାର ଏହା ଉପରେ କୌଣସି ଗୁରୁତ୍ବ ଦେଇ ନାହାନ୍ତି । ତେଣୁ ଏବେ ସେ ରାଜ୍ୟ ଛାଡିବେ ବୋଲି ଚେତାବନୀ ଦେଇଛନ୍ତି। କହିଛନ୍ତି ଯଦି ରାଜ୍ୟ ପାଇଁ ଆମେ ସଫଳତା ଆଣିବୁ ଓ ବିଶ୍ବ ଚାମ୍ପିୟନଶିପ୍ରେ ମେଡାଲ ଆଣିବୁ ତା ପରେ ଯଦି କୌଣସି ପ୍ରୋତ୍ସାହନ ରାଶି ନମିଳିବ ତେବେ ଆମେ ରାଜ୍ୟ ପାଇଁ କାହିଁକି ଖେଳିବୁ ବୋଲି ପ୍ରଶ୍ନ କରିଛନ୍ତି ।

୨ ବର୍ଷ ପାଇଁ ବ୍ୟାନ ହୋଇଥିଲେ ପ୍ରମୋଦ ଭଗତ । ତେବେ ସେପେଟେମ୍ବର ପ୍ରଥମ ସପ୍ତାହରେ ତାଙ୍କ ଉପରୁ ବ୍ୟାନ ହଟିବା ପରେ ସେ ମଇଦାନକୁ ଫେରିଥିଲେ । ଏହାପରେ ସେ ୧୦ଟି ଗୋଲଡ ସିଙ୍ଗଲ୍ସ ଓ ଡବଲ୍ସ ମେଡାଲ ହାସଲ କରିସାରିଲେଣି । ପୁଣି ଥରେ ସେ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନଶିସିପ ପାଇଁ କ୍ୱାଲିଫାଏ କରିଛନ୍ତି । ତେଣୁ ଏଥର ସେ ଜିତିଲେ ବି ରାଜ୍ୟ ସରକାର ତାଙ୍କୁ ପ୍ରାଇଜ ମନି ଦେବେନି । ତେଣୁ ସେ ନିୟମ ବଦଳାଇବାକୁ ଚିଠି ଲେଖିଛନ୍ତି । କିନ୍ତୁ ଏ ନେଇ ରାଜ୍ୟ ସରକାର ଅଭିଯୋଗ ପାଇନାହାନ୍ତି ବୋଲି କାହିଛନ୍ତି କ୍ରୀଡ଼ା ନିର୍ଦ୍ଦେଶକ ।