LIVE TV

ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ବଦଳି ଦାବିରେ ଅଡି ବସିଲେ ଛାତ୍ରଛାତ୍ରୀ

NEWS7
teacher

କରଞ୍ଜିଆ ୧୯/୦୯: ସାରଙ୍କ ଅତ୍ୟାଚାର ସହିହେଉନି । ନିଇତି ମଦ ପିଉଛନ୍ତି । ଘରକୁ ସ୍ତ୍ରୀଙ୍କୁ ଫୋନ କରି ଗାଳି ଦେଉଛନ୍ତି ସାର୍ । ଫଳରେ ଶୈକ୍ଷିକ ପରିବେଶ ନଷ୍ଟ ହେଉଛି । ଏମିତି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାଵକ । ଏହାସହ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିକରି ସ୍କୁଲ ଗେଟ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ । କରଞ୍ଜିଆ ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣୀ ଲଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । 

ସୂଚନା ଥାଉକି, ବିଦ୍ୟାଳୟ ପରିସର ଭିତରେ ରହି ପ୍ରତ୍ୟେକ ଦିନ ମଦ ପିଉଛନ୍ତି ପ୍ରଧାନଶିକ୍ଷକ ଜଣଙ୍କ । ଏମିତିକି ନିଜ ସ୍ତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଦ୍ୱାରା ବିଦ୍ୟାଳୟର ଶୈକ୍ଷିକ ପରିବେଶ ନଷ୍ଟ ହେଉଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମନାଥ ଟୁଡୁଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ପ୍ରତିବାଦକ । ଏହାସହ  ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସହିତ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ଅଭିଭାବକ । ଖବର ପାଇ ଠାକୁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସି.ଆର.ସି.ସି. ପହଞ୍ଚି ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ସହ ବୁଝାସୁଝା ଜାରି ରହିଥିବା ଦେଖିବାକୁ ମିଳିଛି ।