ପୁରୀ ୧୯।୮: ବଳଙ୍ଗା ପୀଡିତାଙ୍କ ବୟାନ ଭିଡିଓ ଭାଇରାଲକୁ ନେଇ ପୁରୀ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ସମୟର ଯିଏ ଏହି ଭିଡିଓ ଭାଇରାଲ୍ କରିଛନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଜୁଭେନାଇଲ୍ କୋର୍ଟ ଆଧାରରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସେଥିପାଇଁ ଫେସବୁକ ଓ ଗୁଗୁଲକୁ ଚିଠି ଲେଖାଯାଇଛି । ସୋସିଆଲ ମିଡିଆର ସୋର୍ସ ଆସିବା ପରେ ସେହି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି ଯେ, କୌଣସି ନାବାଳିକା ବା ନାବାଳକର ଫଟୋ ଭାଇରାଲ ହୋଇପାରିବ ନାହିଁ । ତେଣୁ ଏଭଳି ସମ୍ବେଦନଶୀଳ ଘଟଣାରେ ସାଇବର କ୍ରାଇମ୍ ବିଭାଗକୁ ଦାୟିତ୍ବ ଦିଆଯାଇଛି ବୋଲି ପୁରୀ ଏସ୍ପି କହିଛନ୍ତି ।
ସୋସିଆଲ ମିଡିଆରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା । ଉକ୍ତ ଭିଡିଓଟି ଭୁବନେଶ୍ୱର ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ସମୟର । ତେବେ ଘଟଣାର ତଦନ୍ତ ଏବେ ଶେଷ ହୋଇଛି ଓ ସମସ୍ତ ତଥ୍ୟ ପ୍ରମାଣ ଖୁବଶୀଘ୍ର କୋର୍ଟରେ ପ୍ରଦାନ କରାଯିବ । ପୀଡ଼ିତା ନାବାଳିକାଙ୍କ ଭିଡ଼ିଓ କିଏ ଏବଂ କାହିଁକି ଭାଇରାଲ୍ କଲେ ତାର ଅନୁସନ୍ଧାନ ଆରମ୍ଭ ହୋଇଛି । ସାଇବର ଟିମ୍ ଏବଂ କ୍ରାଇମବ୍ରାଞ୍ଚର ସହଯୋଗରେ ଭାଇରାଲ୍ ଭିଡିଓ ଘଟଣାର ତଦନ୍ତ ଚାଲିଛି ବୋଲି ପୁରୀ ଏସ୍ପି କହିଛନ୍ତି ।
You Can Read:
ମୃତ ବ୍ୟକ୍ତିଙ୍କ ନାଁରେ ବିଲ୍ ବକେୟା ଥିଲେ ତାଙ୍କ ପରପିଢ଼ିଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ