ନୂଆଦିଲ୍ଲୀ: ଲୋକନୀତି-ସିଏସଡିଏସର ନିର୍ବାଚନ ସମୀକ୍ଷକ ସଞ୍ଜୟ କୁମାର ନିଜର ଏକ ମିଛ ଡାଟା ପାଇଁ କ୍ଷମା ମାଗିଛନ୍ତି । ମହାରାଷ୍ଟ୍ର ବିଧାନସଭା ନର୍ବାଚନକୁ ନେଇ ସେ ଏହି ଡାଟାକୁ ଏକ୍ସରେ ସେୟାର କରିଥିଲେ । ନିଜ ଏକ୍ସ ପୋଷ୍ଟରେ ଦାବି କରିଥିଲେ ଯେ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେହି ବର୍ଷ ହୋଇଥିବା ଲୋକସଭା ନିର୍ବାଚନ ତୁଳନାରେ ଦୁଇ ସିଟ୍ରେ ମତଦାତାଙ୍କ ସଂଖ୍ୟାରେ ବଡ଼ ହ୍ରାସ ରେକର୍ଡ ହୋଇଛି । ଏବେ ସଞ୍ଜୟ କୁମାର ଦାବି କରିଛନ୍ତି ଯେ ଡାଟା ତୁଳନା କରିବା ସମୟରେ ତାଙ୍କ ଟିମ୍ ଦ୍ୱାରା ଭୁଲ୍ ହୋଇଥିଲା । ଏହାସହ ସେ ନିଜର ପୁରୁଣା ଟ୍ୱିଟକୁ ବି ଡିଲିଟ୍ କରିଛନ୍ତି । କିନ୍ତୁ ତାଙ୍କର ଦାବି ପରେ ଭୋଟ୍ ଚୋରି ବିବାଦ ଉପରେ ଆରମ୍ଭ ହୋଇଥିବା ସଂଗ୍ରାମରେ ଶାସକ ଦଳ ଭାରୀ ପଡ଼ିଛି ।
ସଞ୍ଜୟ କୁମାର ଏକ୍ସ ପୋଷ୍ଟରେ ଲେଖିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ସହ ଜଡ଼଼ିତ ଟ୍ୱିଟ୍ ଉପରେ କ୍ଷମା ମାଗୁଛି । ୨୦୨୪ ଲୋକସଭା ଓ ୨୦୨୪ ବିଧାନସଭା ନିର୍ବାଚନର ପରିସଂଖ୍ୟାନ ତୁଳନା କରିବାରେ ଭୁଲ ହୋଇଛି । ଧାଡ଼ିରେ ଦିଆଯାଇଥିବା ସଂଖ୍ୟାକୁ ପଢିଲା ବେଳଏ ଆମ ଡାଟା ଟିମ୍ ପକ୍ଷରୁ ଭୁଲ ହୋଇଥିଲା । ଏହାପରେ ଟ୍ୱିଟକୁ ହଟାଇ ଦେଇଛି । ଭୁଲ ସୂଚନା ପ୍ରସାର କରିବା ନେଇ ମୋର ଉଦ୍ଦେଶ୍ୟ ନଥିଲା । ଉଲ୍ଲେଖଯୋଗ୍ୟ ଯେ ସଞ୍ଜୟ କୁମାର ଲୋକନୀତି-ସିଏସଡିଏସର କୋ-ଡାଇରେକ୍ଟର ଅଛନ୍ତି ।
ସଞ୍ଜୟ କୁମାରଙ୍କ କ୍ଷମା ପ୍ରାର୍ଥନା ଟ୍ୱିଟ୍ ପରେ ବିଜେପି ଆକ୍ରମଣାତ୍ମକ ହୋଇଛି । ଏହାସହ ଏକ ମାନବୀୟ ଭୁଲ ବୋଲି ସ୍ୱୀକାର କରିବାକୁ ରାଜି ନୁହେଁ । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ ଲେଖିଛନ୍ତି, 'କ୍ଷମା ଆସିଲା ଓ ସଞ୍ଜୟ କୁମାର ବାହାର । ଯୋଗେନ୍ଦ୍ର ଯାଦବଙ୍କ ଏହି ବ୍ୟକ୍ତି ଶେଷ ଥର ପାଇଁ କେବେ ସତ କହିଥିଲେ ? ନିଜର ସବୁ ଅନୁମାନରେ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ବିଜେପି ହାରୁଥିବା କୁହନ୍ତି । ପରିଣାମ ଓଲଟା ଆସିଲେ, ଟିଭିରେ ଆସି ବିଜେପି କିପରି ଜିତିଲା କୁହନ୍ତି । ସୁବିଧାଜନକ । ସେ ଭାବନ୍ତି ଯେ ଟିଭିର ଦର୍ଶକ ମୁର୍ଖ ଅଟନ୍ତି । ମହାରାଷ୍ଟ୍ର କଂଗ୍ରେସର ମିଛ ନେରେଟିଭକୁ ବଢାଇବା ପାଇଁ ସିଏସଡିଏସ ବିନା ସତ୍ୟତାରେ ଡାଟା ଜାରି କରିଥିଲା । ଏହା ବିଶ୍ଲେଷଣ ନୁହେଁ, ଏହା ପୂର୍ବଗ୍ରହ ।
The apology is in, and Sanjay Kumar is out. Incidentally, when was the last time this protégé of Yogendra Yadav ever got anything right? In all his projections in the run-up to every single election, the BJP is supposedly losing—and when the reverse happens, he turns up on TV… https://t.co/QXJvUi6d3B
— Amit Malviya (@amitmalviya) August 19, 2025
ଏବେ ଏହି ଆଧାରରେ, ବିଜେପି ନେତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କର ଦାୟିତ୍ୱହୀନ ମନୋଭାବ ପାଇଁ ନିଃସର୍ତ୍ତ କ୍ଷମା ମାଗିବାକୁ କହିଛନ୍ତି। ମାଲଭିୟ ଲେଖିଛନ୍ତି, 'ଯେଉଁ ସଂସ୍ଥାର ତଥ୍ୟ ଉପରେ ନିର୍ଭର କରି ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ଭୋଟରଙ୍କୁ ବଦନାମ କରିଥିଲେ... ସେ ଏବେ ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କର ତଥ୍ୟ ଭୁଲ ଥିଲା। କେବଳ ମହାରାଷ୍ଟ୍ରରେ ନୁହେଁ ବରଂ SIR ଉପରେ ମଧ୍ୟ । ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ବର୍ତ୍ତମାନ ଅବସ୍ଥା କ'ଣ... ଯେଉଁମାନେ ନିର୍ଲଜ୍ଜ ଭାବରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ ଏବଂ ପ୍ରକୃତ ଭୋଟରଙ୍କୁ ନକଲି ମଧ୍ୟ କହିଥିଲେ ? ଲଜ୍ଜାଜନକ । ରାହୁଲ ଗାନ୍ଧୀ ତୁରନ୍ତ ବିହାରରେ ତାଙ୍କର 'ଅନୁପ୍ରବେଶକାରୀ ବଚାଓ ଯାତ୍ରା' ଛାଡିବା ଉଚିତ ଏବଂ ତାଙ୍କର ଦାୟିତ୍ୱହୀନ ରାଜନୀତି ପାଇଁ ଭାରତର ଜନତାଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବା ଉଚିତ।'
The very institution whose data Rahul Gandhi leaned on to defame the voters of Maharashtra has now admitted that its figures were wrong — not just on Maharashtra, but even on SIR.
— Amit Malviya (@amitmalviya) August 19, 2025
Where does this leave Rahul Gandhi and the Congress, which brazenly targeted the Election… pic.twitter.com/4o99YDvsMx