ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶରେ ପଥର କ୍ଵାରୀରେ ଘଟିଥିବା ଅଘଟଣରେ ଗଞ୍ଜାମ ଜିଲ୍ଲାର ୭ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି।
ସେପଟେ ମୃତକଙ୍କ ପାର୍ଥିବ ଶରୀରକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ ବାପତଲା ଗସ୍ତ କରିଛି। ଏନେଇ ସରକାରଙ୍କ ଦ୍ୱାରା ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ।
ସୂଚନାଥାଉକି, ରବିବାର ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲା ବାଲିକୁରୁମା ପଥର ଖାଦାନରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଳା। ଏହି ବିସ୍ଫୋରଣରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ, ମୃତକଙ୍କ ମଧ୍ୟରେ ଦିଗପହଣ୍ଡିର ୪ ଜଣ ଓ ମୋହନା ୨ ଜଣ ଅଛନ୍ତି।
ଜଣାପଡ଼ିଛି ଖଣି କାର୍ଯ୍ୟ ସମୟରେ ବିସ୍ଫୋରଣ ପରେ ବଡ଼ ବଡ଼ ପଥର ଖସି ପଡ଼ିଥିଲା। ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇଯିବାରୁ ସେମାନଙ୍କୁ ମୃତ୍ୟୁ ଘଟିଛି। ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।