ଭୁବନେଶ୍ଵର: ଦୀର୍ଘ ୧୫ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଗତକାଲି ସଂଧ୍ୟାରେ ପୀଡ଼ିତାଙ୍କ ମୃତ୍ୟ ହୋଇଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରାତିରେ ମୃତଦେହକୁ ବିମାନ ଯୋଗେ ଭୁବନେଶ୍ବର ଅଣାଯିବ।ସେଠାରୁ ତାଙ୍କ ଗାଁ ବାୟାବରକୁ ନିଆଯିବ। ବର୍ତ୍ତମାନ ବଳଙ୍ଗା ଥାନାରୁ ଆରମ୍ଭ କରି ପୀଡ଼ିତାଙ୍କ ଗାଁ ବାୟାବରରେ ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ। ସେପଟେ ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି।
Also read: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ବିଜେଡ଼ିର ପ୍ରେସମିଟ୍, ଦୋଷୀଙ୍କୁ ନବାନ୍ଧିଲେ ବ୍ଲକ ସ୍ତରରୁ ହେବ ଆନ୍ଦୋଳନ
୧୫ ଦିନର ସଂଘର୍ଷ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଗତକାଲି ସନ୍ଧ୍ୟାରେ ହାର୍ଟ ଆଟାକ ପରେ ପୀଡ଼ିତାଙ୍କ ମୃତ୍ୟ ହୋଇଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଆଜି ରାତିରେ ମୃତଦେହକୁ ବିମାନ ଯୋଗେ ଓଡ଼ିଶା ଅଣାଯିବ।ଭୁବନେଶ୍ବର ବିମାନବନ୍ଦରରେ ପହଁଚିବା ପରେ ତାଙ୍କ ଗାଁ ବାୟାବରକୁ ନିଆଯିବ।ବର୍ତ୍ତମାନ ସୁରକ୍ଷା ବଳୟରେ ରହିଛି ବଳଙ୍ଗା। ବଳଙ୍ଗା ଥାନାରୁ ଆରମ୍ଭ କରି ପୀଡ଼ିତାଙ୍କ ଗାଁ ବାୟାବରରେ ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ। ପୀଡ଼ିତାଙ୍କ ମୃତ୍ୟ ପରେ ସ୍ତବ୍ଧ ହୋଇଯାଇଇଛି ବାୟାବର ଗାଁ। ଗାଁରେ ଶୋକର ବାତବରଣ। ଶବସତ୍କାର ପାଇଁ ବାୟାବର ଗାଁରେ କବର ଖୋଳାଯାଇଛି। ସେପଟେ ପୀଡ଼ିତାଙ୍କ ବାପା କହିଛନ୍ତି ମୋ ଝିଅକୁ ନେଇ ରାଜନୀତି କରନି।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ସିଧାସିଧା ତୀର ମାରିବା ସହ କହିଛି, ଘଟଣାକୁ ୧୫ ଦିନ ହେଲାଣି, ହେଲେ ଦୋଷୀକୁ ଧରିପାରିନାହାନ୍ତି। ମାସେ ଦୁଇ ମାସରେ ଦୁଇଟି ଘଟଣା। ଯେଉଁଥିରୁ ସ୍ପଷ୍ଟ ମହିଳା ଏଠି ସୁରକ୍ଷିତ ନୁହଁନ୍ତି। ଡବଲ ଇଞ୍ଜିନ ସରକାର ବିପରୀତ ଦିଗକୁ ଗଡୁଛି ବୋଲି ବିଜେଡି କହିଛି। କଂଗ୍ରେସ କହିଛି ଏହା ଆତ୍ମହତ୍ୟା ନୁହେଁ, ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ମାମଲାକୁ ଚାପି ଦେବାକୁ ଚାହୁଁଛନ୍ତି।ଅଭିଯୁକ୍ତଙ୍କୁ ନ ଧରିଲେ ଡିଜି ଅଫିସ ଘେରାଉ କରିବୁ।
ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେପି। ବିଜେପି କହିଛି , ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ, ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ। ଏହା ହୀନ ରାଜନୀତି।ଏଭଳି ସ୍ଥିତିରେ ବିରୋଧୀ ରାଜନୀତି କରନ୍ତୁ ନାହିଁ ବୋଲି ବିଜେପି କହିଛି। ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବାର କଥା।