ପରଲୋକରେ ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି, କର୍କଟ ରୋଗରେ ଥିଲେ ପୀଡିତ

Published By : Prameya-News7 Bureau | August 03, 2025 IST

ନୂଆଦିଲ୍ଲୀ ୦୩।୦୮: ଆଉ ନାହାନ୍ତି ଜଣାଶୁଣା ତାମିଲ ଅଭିନେତା, କମେଡ଼ିଆନ, ମ୍ୟୁଜିକ କମ୍ପୋଜର ଏସ୍‌. କୃଷ୍ଣମୂର୍ତ୍ତି । ଗତକାଲି (ଶନିବାର) ବିଳମ୍ବିତ ରାତିରେ ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାନ୍ସରରେ ପୀଡ଼ିତ କୃଷ୍ଣମୂର୍ତ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । କମେଡ଼ିରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ । ଆଜି ସମସ୍ତଙ୍କୁ କନ୍ଦାଇ ଚାଲିଯାଇଛନ୍ତି କୃଷ୍ଣମୂର୍ତ୍ତୀ । ମଦନ ବବ୍‌ ନାମରେ ଜଣାଶୁଣା ଥିଲେ ।

ଏସ୍‌. କୃଷ୍ଣମୂର୍ତ୍ତି ନାମରେ ଜନ୍ମଗ୍ରହଣ କରିଥିବା ମାଧନ ବବ୍ ତାଙ୍କ ପରିବାରର ଅଷ୍ଟମ ସନ୍ତାନ ଥିଲେ । ବହୁମୁଖୀ ପ୍ରତିଭାଶାଳୀ କଳାକାର ଥିଲେ । ସେ କେବଳ ଜଣେ ହାସ୍ୟ ଅଭିନେତା ଭାବରେ ନୁହେଁ ବରଂ ଜଣେ ସଂଗୀତଜ୍ଞ ଭାବରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି । ଦଶନ୍ଧି ଧରି, ସେ କମଲ ହାସନ, ରଜନୀକାନ୍ତ, ଅଜିତ, ସୂର୍ଯ୍ୟ ଏବଂ ବିଜୟଙ୍କ ପରି ପ୍ରଖ୍ୟାତ ଅଭିନେତାଙ୍କ ସହିତ ଅଭିନୟ କରିଥିଲେ। ସେ ଟେଲିଭିଜନରେ ଏକ ପରିଚିତ ମୁହଁ ମଧ୍ୟ ଥିଲେ । 

ଟିଭି କମେଡି ଶୋ’ ଅସଥା ପୋଭାଥୁ ୟାରୁ? ରେ ଜଣେ ବିଚାରକ ଭାବରେ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କର କିଛି ଉଲ୍ଲେଖନୀୟ ଭୂମିକା ମଧ୍ୟରେ ଡାଇମଣ୍ଡ ବାବୁ ଏବଂ ଫ୍ରେଣ୍ଡସ୍ରେ ମ୍ୟାନେଜର ସୁନ୍ଦରେସନ ରହିଛି । ହାସ୍ୟ ଅଭିନୟ ହେଉ କିମ୍ବା ଅନ୍ୟ କିଛି ଚରିତ୍ର ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.