ସରିବ ଋଷ-ୟୁକ୍ରେନ ଯୁଦ୍ଧ : ଟ୍ରମ୍ପଙ୍କୁ ଭେଟିଲେ ଜେଲେନସ୍କି, ଋଷକୁ କିନ୍ତୁ ଦରକାର ଡୋନବାସ...

NEWS7
stalins-son-udhayanidhi-to-be-elevated-as-tamil-nadu-deputy-cm

ନୂଆଦିଲ୍ଲୀ, ୨୯/୧୨: ଖୁବ୍ ଶୀଘ୍ର ସରିବ ଋଷ-ୟୁକ୍ରେନ ଯୁଦ୍ଧ । ଏବେ ଶେଷ ପର୍ଯ୍ୟାରେ ପହଁଚିଛି ତିନି ବର୍ଷରୁ ଅଧିକ ସମୟ ଧରି ଲାଗିଥିବା ଅଶାନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କ ଆଲୋଚନା ପରେ ଏପରି କିଛି ସୂଚନା ମିଳିଛି । ଫ୍ଲୋରିଡାରେ ଦୁଇ ନେତା ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ସେପଟେ ବୈଠକକୁ ଭୟଙ୍କର ବୋଲି ଟ୍ରମ୍ପ୍ କହିଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ସେ ଭଲ କାମ କରିଛନ୍ତି । ସବୁ ପ୍ରସଙ୍ଗରେ ୟୁକ୍ରେନ ସହ ଆଲୋଚନା ହୋଇଛି । ଉଭୟ ଦେଶ ଯୁଦ୍ଧ ବନ୍ଦ କରିବାକୁ ଆଗଭର ଅଛନ୍ତି । ଗତ ଅକ୍ଟୋବରରେ ଜେଲେନସ୍କିଙ୍କ ସହ ଟ୍ରମ୍ପ୍ ଆଲୋଚନା କରିଥିଲେ । ଏହାପରେ ସେ ଭ୍ଲାଦିମିର୍ ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିଲେ । ମସ୍କୋ ଶାନ୍ତି ପାଇଁ ରାଜି ଥିବା ପୁଟିନ ଟ୍ରମ୍ପଙ୍କୁ କହିଥିଲେ ।

ୟୁଏସ୍ ପ୍ରେସିଡେଣ୍ଟ୍ ଆହୁରି କହିଛନ୍ତି ଯେ, ପୁଟିନ ଯୁଦ୍ଧକୁ ଶେଷ କରିବା ପାଇଁ ଆଗକୁ ଆସୁଛନ୍ତି । ସମସ୍ତେ ଯୁଦ୍ଧ ବନ୍ଦ କରାଯଉ ବୋଲି ଇଚ୍ଛା କରନ୍ତି । ତେବେ ଉଭୟ ଟ୍ରମ୍ପ୍ ଏବଂ ଜେଲେନସ୍କିଙ୍କ ଆଲୋଚନାରେ ଡୋନବାସ ଅଞ୍ଚଳ ବଡ ପ୍ରସଙ୍ଗ ଥିଲା । ଏହାକୁ ଋଷ ନିଜର ବୋଲି ଦାବି କରୁଛି । ଅଞ୍ଚଳକୁ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଯୁଦ୍ଧ ଖୁବ୍ ଶୀଘ୍ର ସମାପ୍ତ ହେବ ।

ଆଲୋଚନାରେ ଜେଲେନସ୍କି କହିଛନ୍ତି ଯେ, ଶାନ୍ତି ବୁଝାମଣାକୁ ୟୁକ୍ରେନ ସଂସଦରେ ଆଗତ କରାଯିବ । ୟୁକ୍ରେନର ଯାହା ଦାବି ଥିଲା ସେସବୁର ୯୦ ପ୍ରତିଶତ ଉପରେ ଟ୍ରମ୍ପ୍ ସହମତି ପ୍ରକାଶ କରିଛନ୍ତି । ଉଭୟ ପକ୍ଷ ଚୂଡାନ୍ତ ନିଷ୍ପତ୍ତି ନେବେ ।

ଋଷିଆର ପ୍ରତିକ୍ରିୟା

ଟ୍ରମ୍ପ୍ ଏବଂ ଜେଲେନସ୍କିଙ୍କ ବୈଠକକୁ ନେଇ ମସ୍କୋ ପ୍ରତିକ୍ରିୟା ରଖିଛି। ତେବେ କୌଣସି ପରିସ୍ଥିତିରେ ଋଷ ସାଲିସ କରିବା ମୁଡରେ ନାହିଁ । ୟୁକ୍ରେନ୍ ଖୁବ୍ ଶୀଘ୍ର ଡୋନବାସ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରୁ । ୟୁରୋପୀୟ ନେତାଙ୍କୁ ଏସବୁରୁ ଦୂରରେ ରଖୁ ବୋଲି ଋଷିଆ କହିଛି ।

କ୍ରେମଲିନର କୁଟନୈତିକ ପରାମର୍ଶଦାତା କହିଛନ୍ତି ଯେ, ଋଷିଆ ଏବଂ ଆମେରିକା ଆଲୋଚନା କରିଛନ୍ତି । ଉଭୟ ଦେଶ କିଛି ସମୟ ପାଇଁ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ସେପଟେ ୟୁକ୍ରେନ ଏବଂ ୟୁରୋପୀୟ ନେତା ମଧ୍ୟ ଆଲୋଚନା କରିଛନ୍ତି । ସେପଟେ ୟୁକ୍ରେନ ଯଦି ଶାନ୍ତି ଭାବେ ସବୁ ଦାବି ପୂରଣ ନକରେ ତେବେ ଋଷିଆ ବାଧ୍ୟ ହୋଇ ଅସ୍ତ୍ର ଦ୍ୱାରା ସବୁ ସମସ୍ୟାର ସମାଧାନ କରିବ ବୋଲି ଶନିବାର ଭ୍ଲାଦିମିର୍ ପୁଟିନ କହିଥିଲେ ।