News7 Logo

ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଛୁରାମାଡ଼ : ଦାଦା ଓ ପୁତୁରା ଆହତ

NEWS7
Puri News

ପୁରୀ ୧୩।୯: ପୁଣି ପୁରୀରେ ଛୁରାମାଡ଼ । ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ହୋଇଛି ଛୁରାମାଡ଼ । ଛୁରା ମାଡ଼ରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି । ଆହତ ଦୁଇ ବ୍ୟକ୍ତି ହେଲେ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ । ଉଭୟ ମାର୍କଣ୍ଡେଶ୍ୱର ସାହି ଅଞ୍ଚଳର ।

ଛୁରା ମାଡ଼ କରିଥିବା ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଘଟଣାକୁ ନେଇ ସିଂହଦ୍ୱାର‌ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ ହୋଇଥିବା ସନ୍ଦେହ କରାଯାଉଛି ।