ବିଶ୍ୱର ସବୁଠାରୁ ବଡ଼ ଭୂସ୍ଖଳନ; ୨୨ କିଲୋମିଟର ଯାଏଁ କରି ଦେଇଥିଲା ଶ୍ମଶାନ

Published By : Prameya-News7 Bureau | August 27, 2025 IST

ନୂଆଦିଲ୍ଲୀ ୨୭।୦୮: ଜମ୍ମୁ କାଶ୍ମୀରର ମାତା ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ଏକ ବଡ଼ ଭୂସ୍ଖଳନ ହୋଇଛି । ଏଥିରେ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବୈଷ୍ଣୋ ଦେବୀ ଯାତ୍ରା କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି । କିନ୍ତୁ ଜାଣନ୍ତି କି ବିଶ୍ୱର ସବୁଠାରୁ ବଡ଼ ଭୂସ୍ଖଳନ କେଉଁଠି ହୋଇଥିଲା ? ଆସନ୍ତୁ ଜାଣିବା…

ପୃଥିବୀରେ ରେକର୍ଡ ହୋଇଥିବା ସବୁଠାରୁ ବଡ଼ ଭୂସ୍ଖଳନ ଆମେରିକାର ୱାଶିଂଟନ ସ୍ଥିତ ମାଉଣ୍ଟ ସେଣ୍ଟ ହେଲେନ୍ସ ଜ୍ୱାଳାମୁଖୀରୁ ହୋଇଥିଲା। ଏହି ଘଟଣା ୧୮ ମଇ ୧୯୮୦ରେ ହୋଇଥିଲା । ଏହାକୁ ଆଧୁନିକ ଭୂତତ୍ତ୍ୱ ଇତିହାସରେ ସବୁଠାରୁ ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଗଣନା କରାଯାଏ। ଏହା ଏତେ ଭୟଙ୍କର ରହିଥିଲା ଯେ ୨୨ କିଲୋମିଟର ଯାଏଁ ସବୁକିଛି ଦେଖାଯାଉଥିଲା ଶ୍ମଶାନ ଭଳି । ଏହି ଭୂସ୍ଖଳନ କେବଳ ଜ୍ୱାଳାମୁଖୀର ଗଠନକୁ ପରିବର୍ତ୍ତନ କରିନଥିଲା ବରଂ ଏହାର ଚାରିପାଖରେ ଥିବା ଏକ ବଡ଼ ଅଞ୍ଚଳକୁ ପ୍ରଭାବିତ କରିଥିଲା।

ସେଣ୍ଟ ହେଲେନ୍ସ ମାଉଣ୍ଟରେ ଏହି ଭୂସ୍ଖଳନ ବହୁତ ବିପଜ୍ଜନକ ଥିଲା । ପ୍ରାୟ ୨.୮ କ୍ୟୁବିକ୍‌ କିଲୋମିଟର ସାମଗ୍ରୀ ଧସି ଯାଇଥିଲା । ଏହି ଭଗ୍ନାବଶେଷ ଉତ୍ତର ଫୋର୍କ ଟୌଟଲ୍ ନଦୀରେ ପ୍ରାୟ ୨୨.୫ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇଥିଲା। ଯାହାର ହାରାହାରି ଗଭୀରତା ୪୬ ମିଟରରେ ପହଞ୍ଚିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହାର ବେଗ ଘଣ୍ଟା ପ୍ରତି ୧୧୨ ରୁ ୨୪୦ କିଲୋମିଟର ରହିଥିଲା । ଅର୍ଥାତ୍ ଏହି ଭଗ୍ନାବଶେଷ ଏକ ଦ୍ରୁତଗାମୀ ଟ୍ରେନ୍ ପରି ପ୍ରବାହିତ ହେଉଥିଲା।

ଏହି ଭୂସ୍ଖଳନ ସେଣ୍ଟ ହେଲେନ୍ସ ପର୍ବତର ଉଚ୍ଚତାକୁ ପରିବର୍ତ୍ତନ କରିଥିଲା ଏବଂ ଆଖପାଖ ଭୂଭାଗର ମାନଚିତ୍ରକୁ ବିଗାଡି ଦେଇଥିଲା । ଜ୍ୱାଳାମୁଖୀର ଉପର ଅଂଶ ପ୍ରାୟ ସମତଳ ହୋଇଯାଇଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.