ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ

Published By : Prameya-News7 Bureau | July 08, 2024 IST

ବାଲେଶ୍ଵର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା । ଅନାଦେୟ ଅଧିକ 2 ବର୍ଷ ଜେଲ ଦଣ୍ଡ । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର । ଏହାସହ ପୀଡ଼ିତାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି କୋର୍ଟ।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା କଷାଫଳ ମେରାଇନ ଥାନାରେ ଗତବର୍ଷ ସେପ୍ଟେମ୍ବର ୨୮  ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦୋଷୀ ସେକ୍‌ ମନତାଜ ନାମରେ ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ଘର ଆଗରେ ଖେଳୁଥିବା ବେଳେ ସେକ ମନତାଜ ଚକୋଲେଟ୍ ପ୍ରଲୋଭନ ଦେଖାଇ ଉଠାଇନେବା ସହ ଦୁଷ୍କର୍ମ କରିଥିଲା । ଘଟଣାରେ ୧୬ ଜଣ ସାକ୍ଷୀ ଓ ୨୦ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.