ଆମେରିକା ସହ ଇସ୍ରାଏଲ-କତାରର ସିକ୍ରେଟ୍ ମିଟିଂ, ଗାଜା ପ୍ରସଙ୍ଗରେ ଆଲୋଚନା କଲେ ୩ ଦେଶ !

NEWS7
south-actress-andrea-jeremiah-says-tired-doing-bedroom-scenes

ନୂଆଦିଲ୍ଲୀ, ୦୮/୧୨:ଲୁଚାଛପାରେ ଆମେରିକା-ଇସ୍ରାଏଲ ଏବଂ କତାରର ବୈଠକ । ଗାଜା ପ୍ରସଙ୍ଗରେ ଆଲୋଚନା କଲେ ତିନି ଦେଶ । ଏମିତି କିଛି ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ତିନି ଦେଶର ବରିଷ୍ଠ ଅଧିକାରୀ ରବିବାର ନ୍ୟୁୟର୍କରେ ଆଲୋଚନା କରିଥିବା କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁସାରେ, ଗତ ମାସେ ହେଲା ଗାଜାରେ ଇସ୍ରାଏଲର ସୈନ୍ୟ କାରବାର ବନ୍ଦ ରହିଛି । ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ସଫଳ ହୋଇଛି । ଏଥିରେ ମଧ୍ୟସ୍ତତା କରିଥିଲା କତାର । ତେବେ ଅସ୍ତ୍ରବିରତିର କିଛି ଦିନ ପରେ ଇସ୍ରାଏଲ ଦୋହାରେ ଏୟାରଷ୍ଟ୍ରାଇକ୍ କରିବାକୁ ଚାହିଁଥିଲା । କାରଣ ସେଠାରେ ହମାସର ଦୁଇ ବରିଷ୍ଠ ନେତା ଲୁଚିଥିଲେ । ହେଲେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ବିଫଳ ହୋଇଥିଲା ।

ଏୟାରଷ୍ଟ୍ରାଇକର ଅନେକ ଦିନ ପରେ ରବିବାର ନ୍ୟୁୟର୍କରେ ତିନି ଦେଶର ବରିଷ୍ଠ ଅଧିକାରୀ ଏବଂ ସେନାର କିଛି କର୍ମଚାରୀ ଉପସ୍ଥିତ ରହିଥିଲେ । ଯାହାର ଆୟୋଜନ କରିଥିଲେ ଆମେରିକାର ରାଷ୍ଟ୍ରଦୁତ ଷ୍ଟିଭ୍ ଓ୍ୱିଟକଫ୍ । ଏଥିରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟ ଡେବିଡ୍ ବାରନେଆ ଏବଂ କତାରର ଜଣେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଇସ୍ରାଏଲ ହମାସ ମଧ୍ୟରେ ତିକ୍ତତା ନେଇ ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ ନ୍ୟୁୟର୍କ ପକ୍ଷରୁ ବୈଠକ ବାବଦରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଗାଜା ଶାନ୍ତି ଚୁକ୍ତି ବାବଦରେ ତିନି ଦେଶ ବିସ୍ତୃତ ଭାବେ କଥାବାର୍ତ୍ତା କରିଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବରତାରିଖରେ କତାର ଏବଂ ଇଜିଫ୍ଟ ଉଭୟ ଗାଜାରୁ ଇସ୍ରାଏଲୀସନ୍ୟ ପ୍ରତ୍ୟାହାର ନେଇ ଦାବି କରିଥିଲେ । ଏଠାରେ ଅନ୍ତରାଷ୍ଟ୍ରୀୟ ଫୋର୍ସ ମୁତୟନ ପାଇଁ ଦୁଇ ଦେଶ କହିଥିଲେ । ଇସ୍ରାଏଲ ସୈନ୍ୟ ଅପସାରଣ ନକରିବା ଯାଏଁ ସମ୍ପୂର୍ଣ୍ଣ ଭାବେ ଅସ୍ତ୍ର ବିରତି ହୋଇଥିବା କୁହାଯାଇପାରିବ ନାହି ବୋଲି କତାର ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ଯାହା ପରେ ଇସ୍ରାଏଲ ସହ ଆମେରିକା ଏବଂ କତାରର ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।