ବିଟ୍ କଏନ୍ କ୍ରାଶ୍ : ଖସୁଛି କ୍ରେଜ୍, ୪୦% କମିଲା ଦାମ୍

NEWS7
sooraj-pancholi-on-tuesday-suffered-burns-while-filming-an-action-sequence-on-his-upcoming-movie-kesari-veer-legend-of-somnath

ନୂଆଦିଲ୍ଲୀ, ୨୩/୦୨: କମୁଛି କ୍ରେଜ୍ । ଆଗ ଭଲି ବଢୁନି ଇନଭେଷ୍ଟମେଣ୍ଟ୍ । ଦିନେ ରାଜ୍ କରୁଥିବା କ୍ରିପ୍ଟୋକରେନ୍ସି ବିଟ୍ କଏନ୍ ଏବେ ଚମକ ହରାଇଛି । ଏହାର ଦାମ୍ କମିବାରେ ଲାଗିଛି । ନିଜ ସର୍ବୋଚ୍ଚ ସ୍ତରରୁ ୪୦ ପ୍ରତିଶତ ଖସିଛି ବିଟ୍ କଏନ୍ । ଯାହା ଦ୍ୱାରା ଲକ୍ଷ ଲକ୍ଷ ନିବେଶକ କ୍ଷତି ସହିଛନ୍ତି । ସବୁଠୁ ବଡ କଥା ହେଲା ଯେ ଦାମ୍ କମୁଥିଲେ ବି ଏଥିରେ ନିବେଶ କରୁନାହାଁନ୍ତି ନିବେଶକ । ଏହା ପଛରେ ଅନେକ କାରଣ ଥିବା ଅନୁମାନ କରାଯାଉଛି ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ବିଟକଏନକୁ ନିବେଶକ ମୁହଁ ଫେରାଉଛନ୍ତି । ଏବେ ଦାମ୍ କମୁଛି । ପ୍ରାୟ ୪୦ ପ୍ରତିଶତ ଖସିଛି । ଅର୍ଥାତ ନିବେଶକଙ୍କ ଆଉ କ୍ରିପ୍ଟୋକରେନ୍ସି ଉପରେ ଭରସା ପାଉନି । ଦାମ୍ କମିବା ସାଧାକଣ କଥା । ହେଲେ ଦାମ୍ କମିଲେ ମଧ୍ୟ ନିବେଶ ବଢୁନି । ଅନେକ ସେୟାର ବା କ୍ରିପ୍ଟୋର ଦାମ୍ କମିଲେ ଏଥିରେ ଲୋକେ ଅଧିକ ନିବେଶ କରିଥାନ୍ତି । କିନ୍ତୁ ବିଟ୍ କଏନରେ ଏହାର ବିପରୀତ କଥା ଦେଖିବାକୁ ମିଳୁଛି ।

ଏହି ଖବରଟି ପଢନ୍ତୁ... ଗୋଟିଏ ମ୍ୟାଚ୍ ଜିତି ବି ଭାରତ ଖେଳିବ ସେମି ଫାଇନାଲ୍ ! ଟିମ୍ ଇଣ୍ଡିଆ ପାଖରେ ରହିଛି ଦୁଇଟି ଅପସନ୍

ବିଶେଷଜ୍ଞଙ୍କ କହିବାନୁସାରେ, ପୂର୍ବରୁ ପ୍ରତିଦିନ ବିଟ୍ କଏନ୍ ଦାମ ବଢୁଥିଲା । ଏବେ କିନ୍ତୁ ଦାମ୍ ଖସୁଛି । ଏହା ଉପରେ ଲୋକଙ୍କ ଭରସା ପାଉନି । ବିଟ୍ କଏନ୍ ବଦଳରେ ଅନେକ ଇଟିଏଫରେ ଲୋକେ ନିବେଶ କରୁଛନ୍ତି । ଅନେକ ନିବେଶକ କ୍ଷତିରେ ଅଛନ୍ତି । ଭୟରେ ନିବେଶ କରୁ ନାହାଁନ୍ତି ।

ସେଭେନ୍ସ ରିପୋର୍ଟ ଅନୁସାରେ, ଲୋକେ ବିଟ୍ କଏନକୁ ଜୁଆ ଭାବୁଛନ୍ତି । ଏହାର କିଛି ଭବିଷ୍ୟତ ନାହିଁ । ତେଣୁ ଲୋକେ ମୁହଁ ଫେରାଉଛନ୍ତି । ଏହାସହ ଅନେକ ଦେଶ କ୍ରିପ୍ଟୋ ଉପରେ କଟକଣା ଲଗାଇଛନ୍ତି । ଭାରତ ଏବଂ ଚାଇନା ଭଳି ଦେଶରେ ଏହା ଏବେ ନିବେଶ ସଂଗ୍ରହ କରିପାରୁନି । ତେଣୁ ବିଟ୍ କଏନର ଡିମାଣ୍ଡ କମୁଥିବା ରିପୋର୍ଟରେ ପ୍ରକାଶ ପାଇଛି ।