LIVE TV

ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ ,ଲଦ୍ଦାଖ ହିଂସାରେ ୪ଜଣଙ୍କ ମୃତ୍ୟୁ ପରେ ସୋନମ ୱାଙ୍ଗଚୁକ ଗିରଫ

NEWS7
Sonam Wangchuk

ନୂଆଦିଲ୍ଲୀ – ଲଦ୍ଦାଖକୁ ରାଜ୍ୟର ମାନ୍ୟତା ଦିଆଯିବାର ଦାବିକୁ ନେଇ ଆନ୍ଦୋଳନ କରୁଥିବା ସୋନମ ୱାଙ୍ଗଚୁକଙ୍କୁ ଗିରଫ କରି ନିଆଯାଇଛି। ଏହି ଆକ୍ସନ ଲଦ୍ଦାଖକୁ ରାଜ୍ୟର ମାନ୍ୟତା  ଦେବାକୁ ଦାବି କରୁଥିବା ବିରୋଧ ପ୍ରଦର୍ଶନକାରୀ ଓ ଲେହରେ ବନ୍ଦ ବେଳେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବ୍ୟାପକ ସଂଘର୍ଷରେ ଚାରି ଜଣ ଲୋକଙ୍କ ମୃତ୍ୟୁ ପରେ ହୋଇଛି। କୁହାଯାଉଛି ଯେ ଆଜି ଦ୍ୱିପ୍ରହର ୨.୩୦ ସମୟରେ ସୋନମ ୱାଙ୍ଗଚୁକ ପ୍ରେସ୍‌ କନଫରେନ୍ସ କରିବାର ଥିଲା, କିନ୍ତୁ ଏହା ପୂର୍ବରୁ ପୁଲିସ ତାଙ୍କୁ ଗିରଫ କରି ନେଇଛି। ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀ ପରେ ଲେହରେ ଇଣ୍ଟରନେଟ୍‌ ଉପରେ ରୋକ ଲଗେଇ ଦିଆଯାଇଛି।

ଉଲ୍ଲେଖନୀୟ ଯେ , କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁବାର ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍‌ଙ୍କ ଦ୍ୱାରା ସ୍ଥାପିତ ଷ୍ଟୁଡେଣ୍ଟସ ଏଜୁକେସନାଲ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ୍‌ ଲଦ୍ଦାଖ (ଏସଇସିଏମଓଏଲ)ର ଏଫସିଆରଏ ଲାଇସେନ୍ସ ତତ୍କାଳ ପ୍ରଭାବରେ ବାତିଲ କରିଦେଇ ଥିଲା। କହି ରଖୁଛୁ କି ଲଦ୍ଦାଖ ପାଇଁ ରାଜ୍ୟର ମାନ୍ୟତା ଓ ସାମ୍ୱିଧାନିକ ସୁରକ୍ଷା ଉପାୟର ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନେତୃତ୍ୱ ନେଉଥିବା କାର୍ଯ୍ୟକର୍ତ୍ତା ନିଜର ବ୍ୟକ୍ତିଗତ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ।

ସୋନମ ୱାଙ୍ଗଚୁକ୍‌ କହିଥିଲେ ଯେ , ମୁଁ ଦେଖୁଛି ଯେ, ସେ ମୋ ଉପରେ ଜନ ସୁରକ୍ଷା ଅଧିନିୟମ ଅନୁସାରେ ମୋକଦ୍ଦମା ଚଲାଇବା ଓ ମୋତେ ଦୁଇ ବର୍ଷ ପାଇଁ ଜେଲ୍‌ରେ ପୂରାଇବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ, ମୁଁ ଏଥିପାଇଁ ପ୍ରସ୍ତୁତ ଅଛି, କିନ୍ତୁ ସୋନମ ୱାଙ୍ଗଚୁକଙ୍କୁ ସ୍ୱାଧୀନ ଛାଡ଼ିବା ଠାରୁ ଆହୁର ଅଧିକ ସମସ୍ୟା ତାଙ୍କୁ ସୋନମ ୱାଙ୍ଗଚୁକଙ୍କୁ ଜେଲ୍‌ରେ ରଖିବାରେ ହୋଇପାରେ।

ଏହା ବ୍ୟତୀତ ସୋନମ ୱାଙ୍ଗଚୁକ ଲଦ୍ଦାଖରେ ନିକଟରେ ହୋଇଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନ ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ତାଙ୍କୁ ଦାୟୀ କରାଯାଇ ଥିଲା। ​​​​​​​