ପରାଜୟ ପରେ କାନ୍ଦିଲେ ଫ୍ୟାନ୍ସ, ପାକ୍ ଟିମ୍ ଉପରେ ବର୍ଷିଲେ ଭେଟେରାନ୍...'ଶ୍ୱଶୁର ଆଫ୍ରିଦି କହିଲେ ପ୍ରଥମେ ସାହିନକୁ ବିଦା କର'

NEWS7
sonakshi-sinha-lands-in-legal-trouble

ନୂଆଦିଲ୍ଲୀ, ୧୬/୦୨ : ଟିମ୍ ଇଣ୍ଡିଆ ବିପକ୍ଷରେ ଶୋଚନୀୟ ଭାବେ ହାରିଛି ପାକିସ୍ତାନ । ଟି୨୦ ବିଶ୍ୱକପ୍ ଲିଗ୍ ମୁକାବିଲାରେ ଭାରତଠୁ ୬୧ ରନରେ ମାତ୍ ଖାଇଛି ପାକ୍ । ଯାହାକୁ ନେଇ ଖପ୍ପା ଫ୍ୟାନ୍ସ । କାରଣ ଗରିବ ପାକିସ୍ତାନର ନାଗରିକ ଟଙ୍କା ଖର୍ଚ୍ଚ କରି ଶ୍ରୀଲଙ୍କା ଯାଇଥିଲେ । ସେମାନେ ଭାବିଥିଲେ ପାକିସ୍ତାନ ନଜିତିଲେ ବି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ହେଲେ ପାକ୍ ଦଳ ଭାରତ ଆଗରେ ଆତ୍ମସମର୍ପଣ କରିଦେଇଛି । ଖାଲି ଫ୍ୟାନ୍ସ ନୁହେଁ ଦଳର ପୂର୍ବତନ ଖେଳାଳି ମଧ୍ୟ ପରାଜୟକୁ ନେଇ ବର୍ଷିଛନ୍ତି ।

ପୂର୍ବତନ ବ୍ୟାଟର ସାହିଦ୍ ଆଫ୍ରିଦି କହିଛନ୍ତି ଯେ, ଦଳରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯଦି ସେ ଚୟନକର୍ତ୍ତା ହୋଇଥାନ୍ତେ ତେବେ ସାହିନ୍ ଆଫ୍ରିଦିଙ୍କୁ ପ୍ରଥମେ ବିଦା କରିଥାନ୍ତେ । ବାବର ଆଜମ ଏବଂ ସଦାବ ଖାନଙ୍କୁ ମଧ୍ୟ ବିଦା କରିବାକୁ ହେବ । ଯୁବ ଖେଳାଳିଙ୍କୁ ସେ ସୁଯୋଗ ଦେଇଥାନ୍ତେ । ଏମାନେ ଅନେକ ସୁଯୋଗ ପାଉଛନ୍ତି । କିନ୍ତୁ କିଛି କରିପାରୁ ନାହାନ୍ତି । ତାଙ୍କ ଜାଗାରେ ଯୁବ ଖେଳାଳି ଭଲ କରିପାରିଥାନ୍ତେ ।

ଏହି ଖବରଟି ପଢନ୍ତୁ...  ଭାରତଠୁ ହାରିବା ପରେ ପାକିସ୍ତାନ ଟଳମଳ ! ସୁପର-୮କୁ ଯିବା କଷ୍ଟକର, ନିର୍ଣ୍ଣାୟକ ହେବ ନାମିବ୍ୟା ସହ ଲଢ଼େଇ

ସେହିପରି ଅହମ୍ମଦ ଶେହଜାଦ କହିଛନ୍ତି ଯେ, ବାବର ୭ଟି ବଲରୁ ମାତ୍ର ୫ ରନ୍ କରିଛନ୍ତି । ଏହା ତାଙ୍କ ପାଇଁ ଶେଷ ସୁଯୋଗ ଥିଲା । କିନ୍ତୁ ସେ ଏହାକୁ ନିଜକୁ କରିପାରିଲେ ନାହିଁ । ବାବରଙ୍କ ଷ୍ଟ୍ରାଇକ୍ ରେଟ୍ ବହୁତ ଖରାପ ।

ଏହା ଛଡା ମହମ୍ମଦ ୟୁନୁସ କହିଛନ୍ତି ଯେ, ସାହିନ୍, ବାବର ଏବଂ ସଦାବଙ୍କୁ ବାଦ୍ ଦେବାର ସମୟ ଆସିଗଲା । ବହୁତ ସୁଯୋଗ ମିଳିଛି । ପାକିସ୍ତାନ ଟି୨୦ କ୍ରିକେଟ୍ ନୂଆ ଷ୍ଟାରଙ୍କୁ ଖୋଜୁଛି । ବଡ ଟୁର୍ଣ୍ଣାମେଣ୍ଟରେ ସେମାନେ ଫେଲ୍ ମାରୁଛନ୍ତି । ଚାପ ସମ୍ଭାଳିପାରୁ ନାହାଁନ୍ତି । ଅନ୍ୟ ଦିଗରେ ସୋଏବ ଅଖତର ସିଧାସଳଖ ପିସିବିକୁ ଟାର୍ଗେଟ୍ କରିଛନ୍ତି । ମୁର୍ଖମାନଙ୍କୁ ପିସିବିର ଦାୟିତ୍ୱ ଦିଆଯାଇଛି । ସେମାନେ ଭୁଲ ଖେଳାଳି ଚୟନ କରୁଛନ୍ତି । ସେମାନେ ପୂର୍ବରୁ ଏପରି ଖେଳୁ ନଥିଲେ । ଏହା ଭଲ ଦଳ ନୁହେଁ ବୋଲି ସୋଏବ କହିଛନ୍ତି ।

ଅନ୍ୟ ଦିଗରେ ରମିଜ ରାଜା କହିଛନ୍ତି ଯେ, ଭାରତ ଦୀର୍ଘଦିନ ଧରି ସମାନ ବୋଲିଂ ଲାଇନ୍ ଅପ୍ ଧରି ଖେଳୁଛି । କିନ୍ତୁ ପାକିସ୍ତାନୀ ବ୍ୟାଟର କିଛି ଶିଖୁନାହାଁନ୍ତି । ଭାରତୀୟ ବୋଲରଙ୍କ ଆଗରେ ସେମାନେ ଆଣ୍ଠଉଛନ୍ତି । ଭାରତୀୟ ସ୍ପିନର ଏବଂ ପେସରଙ୍କ ମୁକାବିଲା କରିବାରେ ପାକିସ୍ତାନୀ ବ୍ୟାଟର ବିଫଳ ବୋଲି ସେ ପ୍ରକାଶ କରିଛନ୍ତି ।

ଫ୍ୟାନ୍ସ ନିରାଶ

ସବୁଠୁ ଅଧିକ ଦୁଃଖ ଲାଗିଛି ପାକିସ୍ତାନୀ ଫ୍ୟାନ୍ସଙ୍କୁ । ଏଥର ପାକିସ୍ତାନ ଜିତିବ ବୋଲି ସେମାନେ ଭାବିନେଇଥିଲେ । ଶ୍ରୀଲଙ୍କାରେ ମ୍ୟାଚ୍ ହେଉଥିବାରୁ ପାକ୍ କ୍ରିକେଟପ୍ରେମୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଥିଲା । ହେଲେ ସେମାନେ ନିରାଶ ହୋଇଛନ୍ତି । ପାକିସ୍ତାନ ଅତି ଖରାପ ଖେଳି ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି । ଫଳରେ ପାକ୍ ପ୍ରଶଂସକ ସୋସିଆଲ ମିଡିଆରେ ନିଜ ଦଳକୁ ଟ୍ରୋଲ୍ କରୁଛନ୍ତି । ଖାଲି ଏତିକି ନୁହେଁ କେହି କେହି ମ୍ୟାଚ୍ ଆଉ ଦେଖିବେନି କିମ୍ବା ପାକ୍ କ୍ରିକେଟରୁ ସମର୍ଥନ କରିବେ ନାହିଁ ବୋଲି ମଧ୍ୟ ମତ ଦେଉଛନ୍ତି ।