କେମ୍ବ୍ରିଜ୍ ଡିକ୍ସନାରୀରେ ଯୋଡାଯାଇଛି ୬ ହଜାର ନୂଆ ଶବ୍ଦ: ଇଂରାଜୀ ଭାଷାକୁ ପରିବର୍ତ୍ତନ କରୁଛି ଇଣ୍ଟରନେଟ ସଂସ୍କୃତି

Published By : Prameya-News7 Bureau | August 19, 2025 IST

BBC

ନୂଆଦିଲ୍ଲୀ: ଚଳିତ ବର୍ଷ କେମ୍ବ୍ରିଜ୍ ଡିକ୍ସନାରୀରେ ଯୋଡାଯାଇଛି ୬ ହଜାର ନୂଆ ଶବ୍ଦ। ଏଥିରେ ରହିଛି ସୋସିଆଲ୍ ମିଡିଆରେ ବ୍ୟବହୃତ ହେଉଥିବା "ସ୍କିବିଡି (Skibidi)"  ଓ "ଟ୍ରାଡୱାଇଫ୍" ଭଳି ଅପଶବ୍ଦ। ସ୍କିବିଡି ହେଉଛି ଏକ ଅଶ୍ଳୀଳ ଶବ୍ଦ ଯାହା ୟୁଟ୍ୟୁବରେ ଏକ ଭାଇରାଲ ଆନିମେଟେଡ୍ ଭିଡିଓ ସିରିଜ୍ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛି। ସେହିପରି tradwife ହେଉଛି ପାରମ୍ପରିକ ଭାବେ ସ୍ତ୍ରୀର ଭୂମିକା ନିର୍ବାହ କରୁଥିବା ମହିଳାଙ୍କର ଏକ ସଂକ୍ଷିପ୍ତ ରୂପ।  ଜଣେ ବିବାହିତ ମାଆ ଯିଏ ରୋଷେଇ କରନ୍ତି, ସଫା କରନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଏହା ଟ୍ରାଡିସନାଲ ୱାଇଫ୍‌ର ଶର୍ଟଫର୍ମ।

ଏନେଇ ଲେକ୍ସିକାଲ ପ୍ରୋଗ୍ରାମ ମ୍ୟାନେଜର କଲିନ୍ ମ୍ୟାକଇଣ୍ଟୋସ୍ କହିଛନ୍ତି "ଇଣ୍ଟରନେଟ୍ ସଂସ୍କୃତି ଇଂରାଜୀ ଭାଷାକୁ ପରିବର୍ତ୍ତନ କରୁଛି ଏବଂ ଏହାର ପ୍ରଭାବକୁ ପର୍ଯ୍ୟବେକ୍ଷଣ କରିବା ଏବଂ ଅଭିଧାନରେ କଏଦ କରିବା ଆକର୍ଷଣୀୟ।"
ସେହିପରି ନେଟିଜେନ୍ସ ବ୍ୟବହାର କରୁଥିବା Skibidi ଶବ୍ଦରେ ପ୍ରକୃତରେ କୌଣସି ଅର୍ଥ ନାହିଁ। ପରିସ୍ଥିତି ଅନୁସାରେ ଏହି ଶବ୍ଦର ବ୍ୟବାହର ଯୋଗୁ ଏହା ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଛି। କୌଣସି ମଜାଳିଆ ଅର୍ଥରେ ବି ଏହାକୁ ବ୍ୟବହାର କରାଯାଇପାରିବ, କୁଲ, ଭଲ ଖରାପ ଆଦିରେ। ଉଦାହରଣ ସ୍ୱରୁପ-ହ୍ୱାଟ୍ ଦ ସ୍କିବିଡି ଆର ୟୁ ଡୁଇଁ?(What the skibidi are you doing) ?

ପୂର୍ବରୁ ଏହି ଶବ୍ଦର ବ୍ୟବହାର ୨୦୧୮ ମସିହାରେ ହୋଇଥିଲା। ବ୍ୟାଣ୍ଡ ଲିଟିଲ୍ ବିଗ୍ ସ୍କିବିଡି ନାମକ ଏକ ଟ୍ରାକ୍ ରିଲିଜ୍ କରିଥିଲା। ଏହି ମ୍ୟୁଜିକ ଭିଡିଓଟି ୭୦୦ ନିୟୁତରୁ ଅଧିକ ଥର ଦେଖାଯାଇଛି। ଏବଂ ଏଥିରେ ଏକ ଡାନ୍ସ ରହିଛି ଯାହା ଭାଇରାଲ ହୋଇଥିଲା।

ସେହିଭଲି କିଛି ବାକ୍ୟାଂଶ ଶର୍ଟଟର୍ମ କୁ ମଧ୍ୟ ଡିକ୍ସିନାରୀରେ ଯୋଡ଼ାଯାଇଛି। ଯେଉଁଥିରେ "ଡେଲୁଲୁ" ନାମକ ଏକ ଶବ୍ଦ ରହିଛି। ଏହା" delusional (ଭ୍ରମାତ୍ମକ)" ଶବ୍ଦରୁ ଆସିଛି। ସତ୍ୟ ହୋଇ ନଥିବା କଥାରେ ଦ୍ୱନ୍ଦ୍ୱାତ୍ମକ ଭାବେ ବିଶ୍ୱାସ କରିବା କ୍ଷେତ୍ରରେ ଏହି ଶବ୍ଦର ବ୍ୟବାହର କରାଯାଉଛି। ୨୦୨୫ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିଜ୍‌ ଦେଶର ପାର୍ଲାମେଣ୍ଟରେ ଭାଷଣ ଦେବାବେଳେ ‘delulu’ ଶବ୍ଦର ବ୍ୟବହାର କରିଥିଲେ। 

ସେହିପରି ମହାମାରୀ ପରଠାରୁ ଦୂରବର୍ତ୍ତୀ କାର୍ଯ୍ୟ(ସଂସ୍ଥାରୁ ଦୂରରେ ରହି କାମ କରିବା, ଯଥା ୱର୍କ ଫ୍ରମ ହୋମ)ରେ ବୃଦ୍ଧି ପାଇବା ପରେ "ମାଉସ୍ ଜିଗଲର" - ଏକ ଉପକରଣ କିମ୍ବା ସଫ୍ଟୱେର୍ ଯାହାକୁ ଆପଣ କାମ କରୁଛନ୍ତି ବୋଲି ଦେଖାଇ ହେବା ପାଇଁ ବ୍ୟବହାର କରାଯାଏ, ହେଲେ ପ୍ରକୃତରେ ଆପଣ କାମ କରୁ ନଥାନ୍ତି।। ତେଣୁ ଏହି ଶବ୍ଦକୁ ମଧ୍ୟ ଡିକ୍ସିନାରୀରେ ସ୍ଥାନ ମିଳିଛି। ସେହିପରି ଏହି ଦୂରବର୍ତ୍ତି କାମ ସହ ଜଡ଼ିତ ଦୁଇି ଶବ୍ଦ "work wife" and "work spouse" ସାମିଲ୍ କରାଯାଇଛି। କର୍ମକ୍ଷେତ୍ର ଦୁଇଜଣ ବ୍ୟକ୍ତି ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ବିଶ୍ୱାସ କରନ୍ତି ସେହି କ୍ଷେତ୍ରରେ ଏହି ଶବ୍ଦ ବ୍ୟବହାର କରାଯାଉଛି। 

ସେହିପରି " broligarchy (ବ୍ରୋଲିଗାର୍କି)" ଭଳି କିଛି ମିଶ୍ରିତ ଶବ୍ଦ ମଧ୍ୟ ଯୋଡାଯାଇଛି। "bro"  ଏବଂ "oligarchy" ମିଶ୍ରଣ କରି ଏହି ଶବ୍ଦ ସୃଷ୍ଟି କରାଯାଇଛି।  ଏହାର ଅର୍ଥ "ପୁରୁଷମାନଙ୍କର ଏକ ଛୋଟ ଗୋଷ୍ଠୀ, ବିଶେଷକରି ପ୍ରଯୁକ୍ତିବିଦ୍ୟା ବ୍ୟବସାୟର ମାଲିକ କିମ୍ବା ସମ୍ପୃକ୍ତ ପୁରୁଷ, ଯେଉଁମାନେ ଅତ୍ୟନ୍ତ ଧନୀ ଏବଂ ଶକ୍ତିଶାଳୀ, ଏବଂ ଯେଉଁମାନେ ରାଜନୈତିକ ପ୍ରଭାବ ରଖନ୍ତି କିମ୍ବା ଚାହାଁନ୍ତି। ଏହି ଶବ୍ଦର ବ୍ୟବହାର ବି ବହୁଳମାତ୍ରାରେ ହେଉଛି। 

ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ଟେକ୍ ଲିଡର ଜେଫ୍ ବେଜୋସ୍, ଏଲୋନ୍ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କୁ ସମ୍ବୋଧ କରିବାକୁ ବ୍ରୋଲିଗାର୍କି ଶବ୍ଦର ବ୍ୟବହାର କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.