କେନ୍ଦ୍ରାପଡାରେ ସନ୍ଦିଗ୍ଧ ବାଂଲାଦେଶୀ, ୬ ଜଣଙ୍କୁ ଉଠାଇ ନେଇ ଆଜ୍ଞାତ ସ୍ଥାନରେ ପଚରାଉଚରା

Published By : Prameya-News7 Bureau | July 04, 2025 IST

କେନ୍ଦ୍ରାପଡା ୪।୭: କେନ୍ଦ୍ରାପଡାରେ ସନ୍ଦିଗ୍ଧ ବାଂଲାଦେଶୀ । ପୁଣି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ନେଲା ପୋଲିସ l ଅଜ୍ଞାତ ସ୍ଥାନରେ ରଖି ଚାଲିଛି ପଚରାଉଚରା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବଉଳକଣୀ ପଞ୍ଚାୟତରୁ ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଉଠାଇ ନେଇଥିବା ଜଣାପଡିଛି l ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳାଇଛି ପୋଲିସ l ଅନ୍ୟପକ୍ଷରେ ପ୍ରଶାସନ ଅଟକ ସନ୍ଦିଗ୍ଧ ମାନଙ୍କ ନାଗରିକତା ପ୍ରମାଣପତ୍ର ଯାଞ୍ଚ କରୁଛି l 

ତେବେ ଜୁନ୍ ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୋଲିସ ୭ ଜଣଙ୍କୁ ଉଠାଇ ନେଇଥିଲା l ସେମାନଙ୍କ ମଧ୍ୟରୁ ଜମ୍ବୁ ଅଞ୍ଚଳର ୫ ଓ ତାଳଚୁଆ ଅଞ୍ଚଳର ୨ ଜଣ ଥିଲେ l ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩ ଜଣଙ୍କୁ ପୋଲିସ ଉଠାଇ ନେଇଛି l ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ l

You Can Read:

ହାଇଓ୍ୱା-ଓମିନି ଭ୍ୟାନ୍ ମୁହାଁମୁହିଁ ଧକ୍କାରେ ୨ ମୃତ, ୪ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.