ଭୋଗରାଇ ୨୭।୮: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ବିପଦ ସଂକେତ ତଳେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ଭୋଗରାଇର ୬ ପଂଚାୟତ ଏବେ ବି ପାଣି ଘେରରେ ରହିଛି । ଭୋଗରାଇ ବ୍ଲକ୍ର ୬ଟି ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ବ ଗାଁ ଏବେ ମଧ୍ୟ ପାଣି ଘେରରେ ଅଛି ।
ଭୋଗରାଇ ବ୍ଲକ ନାଛିଣ୍ଡା ପଂଚାୟତ ଡେଉଁର ଗାଁର ଲୋକେ ଆଜିକୁ ୩ ଦିନ ଧରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନଦୀ କୁଳିଆ ପଂଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀରେ ପାଣି ଛାଡୁଥିଲା ବେଳେ ତଳିଆ ପଂଚାୟତ ଗବଗାଁ, କୁସୁଡା, ଖରିଦ ପିପଳ ଓ ନାଛିଣ୍ଡା ଆଦି ଅଂଚଳରେ ପାଣି ବଢୁଥିବା ଦେଖିବା ପାଇଁ ମିଳିଛି । ଏହାରି ଭିତରେ ଡଙ୍ଗା ସାଜିଛି ଲୋକଙ୍କ ଏକ ମାତ୍ର ଭରଷା ।
You Can Read:
ମା’ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ : ମୁଖ୍ୟ ପୂଜକଙ୍କୁ ପ୍ରଦାନ କରାଗଲା