LIVE TV

ମା ସୁରେଶ୍ୱରୀଙ୍କ ଆଜି ସିଦ୍ଧିଦାତ୍ରୀ ବେଶ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼

NEWS7
kkk

ବିନିକା ୩୦।୦୯ : ସୋନପୁର ଗଡ଼ଜାତର ଅଧିଷ୍ଟାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ଆଜି ସିଦ୍ଧିଦାତ୍ରୀ ବେଶ । ସୋମବାର ମା ମହାଗୌରୀ ବେଶ ଧାରଣ କରିଥିବା ବେଳେ ଆଜି ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ଯାହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ଲାଗିରହିଛି।

ପ୍ରତ୍ୟେକ ଦିନ ଭଳି ମାଙ୍କର ରୀତିନୀତି ଅନୁସାରେ ଦୁଆର ଫିଟା କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥାଏ । ଏବେ ନବରାତ୍ର ପାଇଁ ପ୍ରତ୍ୟେକ ଦିନ ମା ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି । ମଙ୍ଗଳବାର ଦିନ ଭୋରୁ ଭୋରୁ ଦ୍ୱାରଫିଟା ପରେ ମାଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ କାତ୍ୟାୟନୀ ବେଶ କରାଯାଇଥିଲା । ପରେ ସକାଳର ମଙ୍ଗଳ ଆଳତୀ ସହ ମାଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ମାଙ୍କ ଆଳତୀ ପରେ ଭକ୍ତମାନେ ସମସ୍ତ ଆଳତୀକୁ ମଖା ଯାଇ ଦର୍ଶନ କରିଥିଲେ । ପରେ ସମସ୍ତଙ୍କ ପାଇଁ ଦର୍ଶନର ବ୍ୟବସ୍ଥା କରାଯାଇଛି।