LIVE TV

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ୱିତ, ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଦର୍ଶାଇ କାର୍ଯ୍ୟାନୁଷ୍ଠାନ

NEWS7
sremayee

ଭୁବନେଶ୍ବର: ବିଜେଡି ନେତୃତ୍ବକୁ ପରୋକ୍ଷରେ ଟାର୍ଗେଟ୍ କରୁଥିବା ଶ୍ରୀମୟୀ ଦଳରୁ ସସପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଇ ଶ୍ରୀମୟୀଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଦଳ ସୁପ୍ରିମୋଙ୍କ ନିର୍ଦ୍ଦେଶରେ ନିଲମ୍ୱନ କରାଯାଇଥିବା ପାର୍ଟି ଦ୍ୱାରା ପ୍ରେସ୍ ରିଲିଜରେ କୁହାଯାଇଛି । ବିଜେଡି ମହିଳା ବ୍ୟାପାର ସାଧାରଣ ସମ୍ପାଦିକା ଥିଲା ଶ୍ରୀମୟୀ ମିଶ୍ର । କପ୍ତିପଦାର ପୂର୍ବତନ ବ୍ଲକ୍ ସଭାପତି ସୁବାସ ଚନ୍ଦ୍ର ସାଏ ଏବଂ ପୂର୍ବତନ ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ଦଳରୁ ସସପେଣ୍ଡ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ କିଛିଦିନ ହେଲା ଶ୍ରୀମୀୟ ମିଶ୍ର ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଦଳୀୟ ନେତୃତ୍ୱଙ୍କୁ ପରୋକ୍ଷରେ ଟାର୍ଗେଟ୍ କରୁଥିଲେ । କାହା ନାଁ ଉଲ୍ଲେଖ ନକରି କେତେବେଳେ ମହାଭାରତର ଧୃତରାଷ୍ଟ୍ର ଓ ଦୁ​‌ର୍ଯ୍ୟେଧନକଥା କହୁଥିଲେ ତ ଆଉ କେତେବେଳେ ଭଣ୍ଡ ସନ୍ନ୍ୟାସୀ  କଥା କହି ପୋଷ୍ଟ କରୁଥିଲେ । ପରୋକ୍ଷରେ ଶ୍ରୀମୟୀ ବିଜେଡି ଶୀର୍ଷ ନେତୃତ୍ୱକୁ ନିଶାଣ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା ।

୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ଶ୍ରୀମୟୀ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିଲେ । ନିକଟରେ ତାଙ୍କୁ ମହିଳା ବ୍ୟାପାରର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଦଳୀୟ କାର୍ଯ୍ୟକ୍ରମରେ ସେ ନଜର ଆସୁନଥିଲେ । ଟିକଟ ନ ମିଳିବା ପରଠାରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଦୀର୍ଘଦିନ ନିରବ ରହିବା ପରେ କିଛିଦିନ ହେଲା ସାମାଜିକ ଗଣମାଧ୍ୟମରେ ତାଙ୍କର ବିଭିନ୍ନ ଉପାଖ୍ୟାନ ଦେଖିବାକୁ ମିଳୁଥିଲା ।