ମୁମ୍ବାଇ ୯।୧୧: ବଲିଉଡ୍‌ରେ ବର୍ତ୍ତମାନ ପିଢ଼ିର ସବୁଠୁ ଧନୀ କଳାକାର ଭାବେ ଶୀର୍ଷରେ ଅଛନ୍ତି ଶ୍ରଦ୍ଧା କପୁର । ୨୦୨୪ରେ ସେ‘ସ୍ତ୍ରୀ-୨’ ଜରିଆରେ କ୍ୟାରିଅର୍‌ର ସବୁଠୁ ହିଟ୍‌ ଫିଲ୍ମବକ୍ସ ଅଫିସ୍‌କୁ ଦେଇଥିଲେ । ଆଉ ବର୍ତ୍ତମାନ ଖୁବ୍‌ଶୀଘ୍ର ଏକ ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ ଶ୍ରଦ୍ଧା । ହଲିଉଡ୍‌ର ନ୍ୟୁମରୋ ଉନୋ ପ୍ରଡକ୍ସନ୍‌ ହାଉସ୍‌ ସହ ଆନିମେସନ୍‌-ଡିଜ୍‌ନୀରେ ସେ ଯୋଡ଼ି ହୋଇଛନ୍ତି ।

ଡିଜ୍‌ନୀର ଆନିମେଟେଡ୍‌ ଫିଲ୍ମ ‘ଜୁଟୋପିୟା-୨’ରେ ଶ୍ରଦ୍ଧାଙ୍କ ସ୍ୱର ଶୁଣିବାକୁ ପାଇବେ ଦର୍ଶକ । ଫିଲ୍ମର ହିନ୍ଦୀ ସଂସ୍କରଣରେ ଆନିମେଟେଡ୍‌ ଚରିତ୍ର ଜୁଡି ହୋପ୍ସର ସେ ସ୍ୱର ହେବେ। ଫିଲ୍ମଟି ଆସନ୍ତା ୨୮ତାରିଖରେ ହିନ୍ଦୀ, ତାମିଲ,ତେଲୁଗୁ ଓ ଇଂରାଜୀ ଭାଷାରେ ଭାରତରେ ମୁକ୍ତିଲାଭ କରିବ ।ଏହାର ହିନ୍ଦୀ ସଂସ୍କରଣର ଘୋଷଣା ସମୟରେ ଶ୍ରଦ୍ଧା କହିଥିଲେ, ତାଙ୍କ ବ୍ୟକ୍ତିତ୍ୱ ସହ ଜୁଡି ହୋପ୍ସ ଚରିତ୍ରର ଭୂମିକାର ସାମଞ୍ଜସ୍ୟ ରହିଛି । ସେ ବୁଦ୍ଧିମତୀ, ସର୍ବଦା ସକାରାତ୍ମକ ବିଚାର ସମ୍ପନ୍ନ ଏବଂ ଉତ୍ସାହୀ ପ୍ରକୃତିର ।ଆବଶ୍ୟକ ହେଲେ, ସେ କଠୋର ଏବଂ ସମୟ ଆସିଲେ ଖୁବ୍‌ ନରମ ମଧ୍ୟ ପଡ଼ିଯାଏ । ଜୁଡି ଭାବେ କାମ କରିବା ଅତ୍ୟନ୍ତ ମଜାଦାର ବୋଲି ଶ୍ରଦ୍ଧା କହିଛନ୍ତି ।

ଆନିମେଟେଡ୍‌ ଚରିତ୍ରର ସ୍ୱର ହେବା ତାଙ୍କ ପାଇଁ ଏକ ଭିନ୍ନ ଅନୁଭବ । କାର୍ଯ୍ୟକ୍ରମରେ ଗଣମାଧ୍ୟମ ସମ୍ମୁଖରେ ଫିଲ୍ମର ଏକ ଝଲକ୍‌ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏଥିରେ ଶ୍ରଦ୍ଧାଙ୍କ ସ୍ୱରରେ ଜୁଡି ହୋପ୍ସଙ୍କ ଭାବଭଙ୍ଗୀ ଓ ଏନର୍ଜି ଦେଖିବାକୁ ମିଳିଥିଲା । ‘ଜୁଟୋପିୟା-୨’୨୦୧୬ର ହିଟ୍‌ ଆନିମେଟେଡ୍‌ ଫିଲ୍ମ ‘ଜୁଟୋପିୟା’ର ସିକ୍ୱେଲ ।ଆସନ୍ତା ୨୬ ତାରିଖରେ ଫିଲ୍ମଟିମୁକ୍ତିଲାଭ କରିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜାରେଡ୍‌ ବୁଶ୍‌ ଓ ବାଇରନ୍‌ ହାୱାର୍ଡ