LIVE TV

ବାତ୍ୟା ‘ମୋନ୍ଥା’କୁ ଆସିଲା ନେଇ ବଡ଼ ଅପଡେଟ୍, କେଉଁଠି କରିବ ଲ୍ୟାଣ୍ଡଫଲ ସ୍ପଷ୍ଟ ହେଲା ଚିତ୍ର

NEWS7
show-cause-notice-will-be-sent-to-concerned-officials-for-shilpa-shetty-taking-photo-at-lingaraj-temple

ଭୁବନେଶ୍ୱର: ବାତ୍ୟା ମୋନ୍ଥାକୁ ଆସିଲା ନେଇ ବଡ଼ ଅପଡେଟ୍ । କେଉଁଛି କରିବ ଲ୍ୟାଣ୍ଡଫଲ ସ୍ପଷ୍ଟ ହେଲା ଚିତ୍ର। ଆନ୍ଧ୍ର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ସ୍ଥଳଭାଗ ଛୁଇଁବ ୨୮ ତାରିଖ ସଂଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ କରିପାରେକାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକାଙ୍କ ଅନୁସାରେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ଭାରୀ ବର୍ଷା ହେବ। ଆଜିଠୁ ପାଗ ବଦଳିବ ୨୭ରୁ ୨୯ ତାରିଖ ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ

ସମ୍ଭାଵ୍ୟ ବାତ୍ୟାର ମାତ୍ରାଧିକ ପ୍ରଭାବ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି ଜିଲ୍ଲାରେ ପଡିବା ସମ୍ଭାବନା. ହି ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି କିଛି ଜାଗାରେ ଭାରିରୁ ଅତି ଭାରି ବର୍ଷା ଓ ପବନ ର ବେଗ ୨୮-୨୯ ରିଖ ବେଳେ ୭୦-୮୦ କିମି/ଝଟକା ପବନ ୯୦କିମି ପ୍ରତି ଘଣ୍ଟା ଯାଇପାରେ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ। ସେପଟେ କାଲିଠୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। 

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଯଦି ଲଘୁଚାପ ଜନିତ ବାତ୍ୟା ଦିଗ ପରିବର୍ତ୍ତନ କରେ, ତେବେ IMDର ପୂର୍ବ ଅନୁମାନ ଅନୁଯାୟୀ ଆମେ ପ୍ରସ୍ତୁତ ଅଛୁ । ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ଆମେ ପ୍ରସ୍ତୁତ ରହିଛୁ । ପ୍ରଭାବିତ ଆଶଙ୍କା ଥିବା ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ସରିଛି । ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରସ୍ତୁତ ରହିବା ପାଇଁ । ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗ ଆଗୁଆ ପ୍ରସ୍ତୁତ ପାଇଁ କୁହାଯାଇଛି ।

ବିପର୍ଯୟ ପ୍ରକୋପ ଯାହା ବି ହେଉ ସରକାର ପ୍ରସ୍ତୁତ । ଅତୀତର ପ୍ରସ୍ତୁତିକୁ ଆଖି ଆଗରେ ରଖି ନିଖୁଣ ପ୍ରସ୍ତୁତି କରାଯାଇଛି । ଲୋକେ ବିଚଳିତ ହୁଅନ୍ତୁ ନାହିଁ । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଫେରିବା ପାଇଁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ, ରିଲିଫ ସେଣ୍ଟର, ପଲିଥିନ, ସ୍ୱାସ୍ଥ୍ୟ ବିଭାଗ ସବୁକୁ ପ୍ରସ୍ତୁତ କରାଯାଇଛି । ଯେତେଦିନ ପାଣି ରହିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ । ମୂଳ ଲକ୍ଷ୍ୟ ଜୀବନ ରକ୍ଷା । ଲୋକଙ୍କ ରକ୍ଷା କବଚ ହେବେ ସରକାର । ଭୂସ୍ଖଳଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସେହି ସ୍ଥାନରେ ପ୍ରତିଶୋଧ ବ୍ୟବସ୍ଥା କରନ୍ତୁ । ରାସ୍ତା ଉପରେ ପାଣି ଗଲେ ଉଭୟ ପଟ ରାସ୍ତା ବନ୍ଦ କରାଯିବ । ସେହିଠାରେ ଯାତ୍ରୀଙ୍କୁ ଖାଦ୍ୟର ବ୍ୟବସ୍ଥା କରାଯିବ । ଦକ୍ଷିଣ ଆନ୍ଧ୍‌ରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇଛି ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ।