ନୂଆଦିଲ୍ଲୀ: ହିନ୍ଦୁ ସନ୍ଥ ପ୍ରେମାନନ୍ଦ ମହାରାଜ ଏବଂ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କ ଅପମାନ କରିଥିବା ଅଭିଯୋଗ ବଲିଉଡ୍ ଅଭିନେତ୍ରୀ ଦିସା ପଟାନୀଙ୍କ ଘର ବାହାରେ ଗୁଳିମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ବରେଲିର ସିଭିଲ ଲାଇନ୍ସରେ ଥିବା ବଲିଉଡ୍ ଦିଶା ପଟାନିଙ୍କ ଘର ବାହାରେ ଗୁଳି ଚାଳନା ହୋଇଥିବା ଶୁକ୍ରବାର ପୋଲିସ ସୂଚନା ଦେଇଛି । ରୋହିତ, ଗୋଲ୍ଡୀ ବ୍ରାର ଗୋଷ୍ଠୀ ଏହି ଆକ୍ରମଣ ଘଟାଇଥିବା ସ୍ୱୀକାର କରିଛନ୍ତି। ପୁଲିସ କହିଛନ୍ତି ଯେ ଅଭିନେତ୍ରୀଙ୍କ ଘର ବାହାରେ ଅନେକ ରାଉଣ୍ଡ ଗୁଳି ମାଡ଼ କରାଯାଇଥିଲା। ସକାଳ ପ୍ରାୟ ୪:୩୦ ସମୟରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି।

ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଘଟଣା ପାଇଁ ଗ୍ରୁପର ନିଜକୁ ଦାୟୀ କରିଛି। ହିନ୍ଦୀରେ ଲେଖାଯାଇଥିବା ଏହି ପୋଷ୍ଟରେ ସିଧାସଳଖ ଦୁଇଜଣ ବ୍ୟକ୍ତି ବୀରେନ୍ଦ୍ର ଚରଣ ଏବଂ ମହେନ୍ଦ୍ର ସରଣଙ୍କ ନାଁରେ ଏହି ଧମକ ଦିଆଯାଇଛି। ଏବଂ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଏକ ଚେତାବନୀ ଜାରି କରାଯାଇଛି। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ଜାରି ହୋଇଥିବ ପୋଷ୍ଟରେ ଲେଖାଯାଇଛି ଜୟ ଶ୍ରୀ ରାମ. ସବୁ ଭାଇମାନଙ୍କୁ ରାମ ରାମ। ମୁଁ, ବୀରେନ୍ଦ୍ର ଚରଣ, ମହେନ୍ଦ୍ର ସରଣ (ଡେଲାନା)। ଭାଇମାନେ, ଆଜି ଖୁସବୁ ପଟାନି/ଦିଶା ପଟାନି (ବଲିଉଡ୍ ଅଭିନେତ୍ରୀ)ଙ୍କ ଘରେ (ଭିଲ୍ଲା ନମ୍ବର ୪୦, ସିଭିଲ୍ ଲାଇନ୍ସ, ବରେଲି, ୟୁପି) ଗୁଳିକାଣ୍ଡ ଘଟିଲା, ଆମେ ଏହି କାଣ୍ଡ ଘଟାଇଛୁ। ସେ ଆମର ପୂଜ୍ୟ ସନ୍ଥମାନଙ୍କ (ପ୍ରେମାନନ୍ଦ ଜୀ ମହାରାଜ ଏବଂ ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜ) ଅପମାନ କରିଥିଲେ। ସେ ଆମର ସନାତନ ଧର୍ମକୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ। ଆମର ଦେବତାଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ। ଏହା କେବଳ ଏକ ଟ୍ରେଲର ଥିଲା। ପରବର୍ତ୍ତୀ ସମୟରେ, ଯଦି ସେ କିମ୍ବା ଅନ୍ୟ କେହି ଆମ ଧର୍ମ ପ୍ରତି ଅସମ୍ମାନ ଦେଖାନ୍ତି, ତେବେ ସେମାନଙ୍କ ଘରେ କେହି ବଞ୍ଚି ରହିବେ ନାହିଁ।

ଏହି ବାର୍ତ୍ତା କେବଳ ତାଙ୍କ ପାଇଁ ନୁହେଁ, ବରଂ ଚଳଚ୍ଚିତ୍ର ଶିଳ୍ପର ସମସ୍ତ କଳାକାର ଏବଂ ସେମାନଙ୍କ ସହିତ ଜଡିତ ଲୋକଙ୍କ ପାଇଁ ପାଇଁ ଉଦ୍ଦିଷ୍ଟ ତିଲା। ଭବିଷ୍ୟତରେ ଯେ କେହି ଆମ ଧର୍ମ ଏବଂ ସନ୍ଥମାନଙ୍କ ବିରୁଦ୍ଧରେ ଏପରି ଅପମାନଜନକ କାର୍ଯ୍ୟ କରେ, ସେ ପରିଣାମ ଭୋଗ କରିବାକୁ ପ୍ରସ୍ତୁତ ରହିବା ଉଚିତ। ଆମ ଧର୍ମକୁ ରକ୍ଷା କରିବା ପାଇଁ, ଆମେ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ। ଆମେ କେବେ ପଛକୁ ହଟିବୁ ନାହିଁ। ଆମ ପାଇଁ, ଆମର ଧର୍ମ ଏବଂ ସମାଜ ଏକ, ଏବଂ ସେମାନଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ।" ଘଟଣାକୁ ନେଇ ପୁଲିସ କହିଛି ଯେ ମାମଲାରେ ତଦନ୍ତ ଜାରି ରହିଛି। ପୋଷ୍ଟର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି।