LIVE TV

ବିଭୀଷଣ ବିବାଦ ଭିତରେ ନରମିଲା ପିସିସି ସଭାପତି ଭକ୍ତ ଦାସଙ୍କ ସ୍ଵର, କହିଲେ...

NEWS7
shm-organised-bakery-food-preparation-training-for-women

ଭୁବନେଶ୍ଵର: ବିଭୀଷଣ କଥା ମୁଁ କହି ନାହିଁ। ଗଣ ମାଧ୍ୟମ ରେ ଯାହା ଚର୍ଚ୍ଚା ହେଉଛି । ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ଦଳରେ ବିଭୀଷଣ ଥିଲେ ଖୋଜିବୁ କହିଥିଲି । ମୁଁ ଯାହା କୁହେ ଖୋଲା ଖୋଲି କୁହେ ଲୁଚିକି କୁହେ ନାହିଁ। ସବୁ କଂଗ୍ରେସ ନେତାଙ୍କୁ ଅପିଲ ବାଦ ବିବାଦରୁ ବାହାରି କଂଗ୍ରେସ ଦଳକୁ ତିଆରି କରିବାର ସମୟ ଆସିଛି। ଉପ ନିର୍ବାଚନ ଆମ ସମ୍ଭାବନାରୁ ବାହାରେ ଥିଲା। ୨୫ ବର୍ଷର ଦଳ ବିଜେଡିକୁ ପରେ ପକାଇଛୁ। ସମସ୍ତଙ୍କର କିଛି ଭୁଲ ହୁଏ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ।

ସେ ଏହା ମଧ୍ୟ କହିଛନ୍ତି, ଯଦି ମୁଁ ଶୃଙ୍ଖଳା ଭଙ୍ଗ କରିଛି ତାହାର ସମୀକ୍ଷା କରିବି। ଯଦି କାହାର ଅସୁବିଧା ଅଛି ମୋ ସହ ଆସି ଆଲୋଚନା କରନ୍ତୁ। ହେଲେ ପିସିସି ସଭାପତି କାହା ଗୁଲାମ ହୋଇ କାହା ପକେଟରେ ରହି ପାରିବିନି। କିଛି ବାହ୍ୟ ଶକ୍ତି କଥାରେ କିଛି ନେତା ଗଣମାଧ୍ୟମରେ ବୟାନ ଦେଉଛନ୍ତି। ସମସ୍ତଙ୍କୁ ଅପିଲ କରୁଛି ଫୋରମରେ ଆଲୋଚନା କର। କଂଗ୍ରେସ ପାଇଁ କାମ କଲେ ଭୁଲ ଥିଲେ କ୍ଷମା କରିବି।

ପିସିସି ସଭାପତି ଭକ୍ତ ଦାସଙ୍କ ବିଭୀଷଣ ମନ୍ତବ୍ୟ ପରେ ସଭାପତିଙ୍କ ବିରୋଧରେ ବରିଷ୍ଠ ନେତା ମହମଦ ମୋକିମ ଶୃଙ୍ଖଳା କମିଟି ଅଧକ୍ଷଙ୍କୁ ଚିଠି ଲେଖିଥିଲେ। ଚିଠିରେ ଉଲ୍ଲେଖ କରିଥିଲେ ଯେ ନୂଆପଡ଼ା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେପି ଠାରୁ ପରାଜୟ ପରେ ଦଳର ମୁଖିଆ ହିସାବରେ ଭକ୍ତ ଦାସ ନୈତିକ ଦାୟିତ୍ୱ ନ ନେଇ କିଛି ନେତାଙ୍କୁ ଟାର୍ଗେଟ କରି ବିଭୀଷଣ କହିବା ଠିକ ହେଇ ନାହିଁ। ଏହା ତାଙ୍କର ଦାୟିତ୍ୱହୀନ ବିବୃତ୍ତି।

କଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ସେ। କିଛି ଗଣମାଧ୍ୟମରେ ମୋକିମ ନାଁ ନେଇ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ମୋକିମ ଅଭିଯୋଗ ଆଣିଛନ୍ତି। ଅଭିଯୋଗର ଆଧାର ନାହିଁ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କଂଗ୍ରେସ ଇତିହାସରେ କେବେ ଏମିତି ଘଟଣା ହୋଇନି। ମୋକିମ କହିଛନ୍ତି କି ଏଭଳି ମନ୍ତବ୍ୟ ଦେବା ସଭାପତିଙ୍କ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି ଅନୁଭବ ହୁଏ। ତେଣୁ ଦଳୀୟ ସମ୍ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କଠୁ କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ୮୦ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ପରାଜିତ ହୋଇଥିଲେ। କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିଲା। ଏହି ନିର୍ବାଚନରେ କଂଗ୍ରେସ ହିଁ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା ଏବଂ କ୍ୟାମ୍ପେନିଂ ଆରମ୍ଭ କରିଥିଲା। ହେଲେ ଦଳକୁ ୪୦ ହଜାର ଭୋଟ୍ ମିଳିଥିଲା। ଏହି ପରାଜୟ ପରେ ପିସିସି ସଭାପତି ଭକ୍ତ ଦାସ ଦଳରେ କିଛି ବିଭୀଷଣ ଥିବା କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ କଂଗ୍ରେସରେ ବିବାଦ ଦେଖା ଦେଇଛି।