ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ, କୋଲ୍ ଭେଣ୍ଡରଙ୍କ ଲାଇସେନ୍ସ ପାଇଁ ନେଉଥିଲେ ଲାଞ୍ଚ

NEWS7
shambhu-border-opened-for-public-after-13-months

ଚୌଦ୍ବାର: ଲାଞ୍ଚ ନେବା ସମୟରେ ଧରା ପଡ଼ିଲେ କଟକ ସର୍କଲ ଡେପୁଟି ମାଇନିଙ୍ଗ ଅଫିସର। କୋଇଲା ଡିପୋ ପାଇଁ ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଡେପୁଟି ମାଇନିଙ୍ଗ ଅଫିସର ଦେବବ୍ରତ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ।

ସୂଚନା ଅନୁସାରେ, ମଙ୍ଗଳବାର କଟକ ଜଗତପୁରରେ ଥିବା ଡେପୁଟି ମାଇନିଙ୍ଗ ଅଫିସରଙ୍କ କାର୍ଯ୍ୟାଳୟରେ ଏହି ଲାଞ୍ଚ ନେବା ସମୟରେ ଅଚାନକ ଚଢ଼ାଉ କରିଥିଲା ଭିଜିଲାନ୍ସ। ତେବେ ବର୍ତ୍ତମାନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଡେପୁଟି ମାଇନିଂ ଅଫିସରଙ୍କ ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।