LIVE TV

ଚନ୍ଦ୍ରଯାନ-୨ ପଠାଇଲା ଫଟୋ: ଚନ୍ଦ୍ର ମେରୁ ପୃଷ୍ଠରେ ପାଣି, ବରଫ ରହିଥିବା ସମ୍ଭାବନା

NEWS7
shahrukh opens up about pahalgam terror attack

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠର ଅନୁସନ୍ଧାନ କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋକୁ) ପୁଣି ଏକ ବଡ଼ ସଫଳତା ମିଳିଛି। ୨୦୧୯ ମସିହାରୁ ଚନ୍ଦ୍ର ଚାରିପାଖରେ ଏହାର ମିଶନ ଜାରି ରଖିଥିବା ଚନ୍ଦ୍ରଯାନ-୨ ଅର୍ବିଟର ଚନ୍ଦ୍ରର ମେରୁ ଅଞ୍ଚଳ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ଯାହା ଚନ୍ଦ୍ର ପୃଷ୍ଠର ଗବେଷଣା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ ବୋଲି ଇସ୍ରୋ କହିଛି।

ଚନ୍ଦ୍ରଯାନ-୨ ମିଶନର ଏକ ପ୍ରମୁଖ ଭାଗ ହେଉଛି ଡୁଆଲ୍ ଫ୍ରିକ୍ୱେନ୍ସି ସିନ୍ଥେଟିକ୍ ଆପର୍ଚର ରାଡାର (DFSAR)। ଏହି ରାଡାରକୁ ଏପର୍ଯ୍ୟନ୍ତ ସବୁଠାରୁ ଉନ୍ନତ ଉପକରଣ ଭାବରେ ବିବେଚନା କରାଯାଏ। କାରଣ ଏହା ଭୂଲମ୍ବ(ଭର୍ଟିକାଲ) ଏବଂ ଭୂସମାନ୍ତର(ହରାଇଜୋଣ୍ଟାଲ) ଉଭୟ ଦିଗରେ ସଙ୍କେତ ପଠାଇ ଏବଂ ଗ୍ରହଣ କରି ପୃଷ୍ଠର ଏକ ସମ୍ପୂର୍ଣ୍ଣ ମାନଚିତ୍ର ସୃଷ୍ଟି କରେ।

ଏହି ରାଡାର ପ୍ରଥମ ଥର ପାଇଁ ଏଲ-ବ୍ୟାଣ୍ଡ ଟେକ୍ନୋଲୋଜୀ ବ୍ୟବହାର କରି ଚନ୍ଦ୍ର ପୃଷ୍ଠର ସମ୍ପୂର୍ଣ୍ଣ ପୋଲାରମିଟ୍ରିକ୍ ମ୍ୟାପିଂ କରିଥିଲା। ଏହାର ଅର୍ଥ ହେଉଛି ଚନ୍ଦ୍ର ପୃଷ୍ଠକୁ ବହୁତ ଉଚ୍ଚ ବିସ୍ତୃତ ଏବଂ ଗଭୀରତାରେ ସ୍କାନ କରାଯାଇଥିଲା। - ପ୍ରତି ପିକ୍ସେଲରେ ପ୍ରାୟ ୨୫ ମିଟର ଉଚ୍ଚ ରିଜୋଲ୍ୟୁସନରେ ସ୍କାନ ହୋଇଥିଲ। ଅହମ୍ମଦାବାଦରେ ଥିବା ISROର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (SAC)ର ବୈଜ୍ଞାନିକମାନେ DFSAR ବ୍ୟବହାର କରି ଏହି ଡାଟା ବାହାର କରିଛନ୍ତି।

ଇସ୍ରୋର ସୂଚନା ଅନୁସାରେ ଲଞ୍ଚ ହେବା ପରଠାରୁ ଚନ୍ଦ୍ରଯାନ-୨ ପ୍ରାୟ ୧,୪୦୦ ଡାଟା ସେଟ୍ ସଂଗ୍ରହ କରିଛି। ଏହି ଡାଟା ପ୍ରକ୍ରିୟାକରଣ କରି, ବୈଜ୍ଞାନିକମାନେ ଚନ୍ଦ୍ରର ଉତ୍ତର ଏବଂ ଦକ୍ଷିଣ ମେରୁ ଅଞ୍ଚଳ (୮୦ ରୁ ୯୦ ଡିଗ୍ରୀ ଅକ୍ଷାଂଶ) ର ବଡ଼ ପୋଲାରମିଟ୍ରିକ୍ ମୋଜାଇକ୍ ପ୍ରତିଛବି ବନାଇଛନ୍ତି।

SAC ଟିମ୍ ସ୍ୱଦେଶୀ ଭାବରେ ବିକଶିତ କରିଥିବା ଆଲଗୋରିଦମ ଏବଂ ଉନ୍ନତ ଡାଟା ଉତ୍ପାଦ ବନାଇଛନ୍ତି ଯାହା ତନ୍ଦ୍ରପୃଷ୍ଠରେ ଜଳ-ବରଫର ସମ୍ଭାବ୍ୟ ଉପସ୍ଥିତି, ପୃଷ୍ଠର ରୁକ୍ଷତାରେ ପରିବର୍ତ୍ତନ ଏବଂ ଚନ୍ଦ୍ର ମାଟିର ଘନତା ଏବଂ ଛିଦ୍ରତା ସୂଚାଉଥିବା ଡାଇଲେକ୍ଟ୍ରିକ୍ ଗୁଣ ବିଷୟରେ ପ୍ରମୁଖ ଅନ୍ତର୍ଦୃଷ୍ଟି ପ୍ରଦାନ କରିବ। ଏହି ପାରାମିଟରଗୁଡ଼ିକ ମିଳିତ ଭାବରେ ଚନ୍ଦ୍ରର ପୃଷ୍ଠ ଗଠନ ଏବଂ ଏହା ତଳେ ଲୁକ୍କାୟିତ ଭୌଗୋଳିକ ସ୍ଥିତି ବିଷଯରେ ଜଣାପଡ଼ିବ। ସାକ୍ ଟିମ୍ ବର୍ତ୍ତମାନ ଏହାର ଅନୁଧ୍ୟାନ କରୁଛି।

ବୈଜ୍ଞାନିକଙ୍କ ମତରେ, ଚନ୍ଦ୍ରର ମେକୁ ଅଞ୍ଚଳ ବିଷୟରେ ଏତେ ବିସ୍ତୃତ ସୂଚନା ପ୍ରଥମ ଥର ପାଇଁ ମିଳିଛି। ଚନ୍ଦ୍ରର ଏହି ଅଞ୍ଚଳଗୁଡ଼ିକ ଏବେ ବି ସୌରମଣ୍ଡଳର ପ୍ରାରମ୍ଭିକ ରାସାୟନିକ ଅବସ୍ଥାକୁ ସଂରକ୍ଷଣ କରି ରଖେ ବୋଲି ବିଶ୍ୱାସ କରାଯାଏ। ଏହାର ଅର୍ଥ ହେଉଛି ଗ୍ରହଗୁଡ଼ିକ କିପରି ଆରମ୍ଭ ହୋଇଥିଲେ ଏବଂ ସମୟ ସହିତ ସେମାନେ କିପରି ପରିବର୍ତ୍ତନ ହୋଇଛନ୍ତି ଏହି ଅଞ୍ଚଳଗୁଡ଼ିକ ଦ୍ୱାରା ବୁଝିବା ସହଜ ହେବ।

Moon pole

ଏହି ମୋଜାଇକ୍ ଫଟୋଗୁଡ଼ିକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଅଛି, ଯାହା ଚନ୍ଦ୍ର ପୃଷ୍ଠ ଏବଂ ଏହାର ତଳେ ଥିବା ସ୍ତରଗୁଡ଼ିକର ବିଷୟରେ ପ୍ରକୃତ ତଥ୍ୟ ଦେବ। ଏଥିରେ ଏହିସବୁ ବିଷୟରେ ତଥ୍ୟ ମିଳିଛି-

• ସାରକୁଲାର ପୋଲାରାଇଜେସନ ରେସିଓ (CPR): ଏହା ସୂଚାଇଥାଏ ଯେ ଯେଉଁ ଅଞ୍ଚଳରେ ଏହି ମାନ ଅଧିକ ରହିଛି  ସେହି ଅଞ୍ଚଳରେ ଜଳ ବରଫ ରହିବାର ସମ୍ଭାବନା ଅଧିକ।

• ଏଇଆର୍‌ଡି (ସିଙ୍ଗଲ ବାଉନ୍ସ ଇଜେନଭ୍ୟାଲୁ ରିଲେଟିଭ ଡିଫରେନ୍ସ): ଏହି ପାରାମିଟର ଚନ୍ଦ୍ର ପୃଷ୍ଠର ରୁକ୍ଷତା ସୂଚାଇଥାଏ।

• T-ରେସିଓ: ଏହା ମାଟିର ଡାଇଲେକ୍ଟ୍ରିକ୍ ଗୁଣକୁ ସୂଚାଇଥାଏ।

• ପୋଲାରମେଟ୍ରିକ ଡିକମ୍ପୋଜିସନ: ଏହା ବୈଜ୍ଞାନିକମାନଙ୍କୁ ବୁଝିବାକୁ ଅନୁମତି ଦିଏ ଯେ ରାଡାର ତରଙ୍ଗ କିପରି ପୃଷ୍ଠରୁ ଉଛୁଳିଥିଲା ​​- ସିଧା, ତୀକ୍ଷ୍ଣ, କିମ୍ବା ବହୁ ଦିଗରୁ। ଏହି ତଥ୍ୟକୁ ଗବେଷଣା ପାଇଁ ସମର୍ବସାଧାରଣ ଉଦ୍ଦେଶ୍ୟରେ ଜାରି କରାଯାଇଛି ବୋଲି ଇସ୍ରୋ କହିଛି।

Moon pole