ଲୁହାପଥର ବୋଝେଇ ଟ୍ରକ୍ ସହ କାର୍ ମୁହାଁମୁହିଁ, ପଛରେ ପିଟିହେଲା ବାଇକ୍ : ସିରିଜ୍ ଦୁର୍ଘଟଣାରେ ୫ ଆହତ

NEWS7
seven-injured-in-cuttack-sadar-police-station-area

ବଡ଼ବିଲ ୧୭।୨: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ୍ ଦୁର୍ଘଟଣା । ଝୁମ୍ପୁରା ଆଦର୍ଶ ବିଦ୍ୟାଳୟର ୨ ଜଣ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କୁ ନେଇ ଚମ୍ପୁଆ ଯାଉଥିବା କାର୍ ସହ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଟ୍ରକ୍ ଡାଲା କଡ଼କୁ ଲେଉଟି ପଡ଼ିଥିଲା, ଫଳରେ ସେଥିରେ ବୋଝେଇ ହୋଇଥିବ ଲୁହାପଥର କାର୍ ଉପରେ ଓଜାଡ଼ି ହୋଇପଡ଼ିଥିଲା ।

ଏ ଖବର ବି ପଢ଼ନ୍ତୁ:- ସମୁଦ୍ରରେ ଚାଲିଥିଲା ତେଲ ଚୋରା ଚାଲାଣ : ଇରାନର ତିନୋଟି ଜାହାଜକୁ ଜବତ କଲା ଭାରତ !

ପରେ ପଛରୁ ଆସୁଥିବା ଏକ ବୁଲେଟ୍ ନିୟନ୍ତ୍ରଣ ହରାଇ କାର୍ ପଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ କାର୍ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ଦୁଇ ବୁଲେଟ୍ ଆରୋହୀ ସମେତ ମୋଟ୍ ୫ ଜଣ ଏଥିରେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । କାର୍ ଚାଳକ ଖେଣ୍ଡରା ଗ୍ରାମର ଗଜେନ୍ଦ୍ର ମହାନ୍ତ, ଦୁଇ ପରୀକ୍ଷାର୍ଥୀ ହେମରଞ୍ଜନ ମହାନ୍ତ, ନର୍ମଦା ତନ୍ତି ଏବଂ ଦୁଇ ବୁଲେଟ୍ ଆରୋହୀ ଭଦ୍ରକ ଅଞ୍ଚଳର ଅନୁପ ଜେନା ଓ ତାଙ୍କ ସହିତ ବାଇକ୍ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ମଝି ଦରିଆରୁ କୁଆଡେ ଗଲେ ନାବିକ ସାର୍ଥକ? ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକମିଶନର

ତେବେ ଉଭୟ ପରୀକ୍ଷାର୍ଥୀ ସାମାନ୍ୟ ଆହତ ହୋଇଥିବା ବେଳେ, ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ଛଡ଼ାଯାଇଛି । ପୋଲିସ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।