ସେବାୟତ ମାନେ ଅତିଥି ଭାବେ ଯାଇ ପାରିବେ କିନ୍ତୁ ଅନ୍ୟ କେଉଁଠି ସେବା ପୂଜା କରିବା ଭୁଲ କଥା : ଆଇନ ମନ୍ତ୍ରୀ

Published By : Prameya-News7 Bureau | May 04, 2025 IST

ଭୁବନେଶ୍ବର ୪: ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ କାର୍ଯ୍ୟାବଳୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଜୀବନ ସାରା ଯେ କିଛି କରି ନାହାନ୍ତି ସେମାନେ ବଡ ବଡ କଥା କୁହନ୍ତି । ସେ କଥା ଅପ୍ରାସଙ୍ଗିକ । ବ୍ରହ୍ମ ବିଭ୍ରାଟଠୁ ଆରମ୍ଭ କରି କ’ଣ କ’ଣ କରୁଥିଲେ ସେମାନେ ଜାଣିଛନ୍ତି । ଆମ ସରକାରରେ ଏଭଳି କୌଣସି କଥା ଗ୍ରହଣୀୟ, ସ୍ପୃହନୀୟ ନୁହଁ । ଆମେ ଏଦିଗରେ ଯାହା ପଦକ୍ଷେପ ନେବା କଥା ତାହା ନେଇଛୁ । ଆଜି ଦିନରେ ପଶ୍ଚିମବଙ୍ଗ ବିରୋଧୀ ଦଳ, ସାଧାରଣ ଜନତା ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । 

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଛତିଶାନିଯୋଗକୁ ନେଇ ମୁଖ୍ୟ ପ୍ରଶାସକ ବୈଠକ ନେଇ ସାରିଛନ୍ତି । କିଛି କଥାରେ ନିଷ୍ପତ୍ତି ହୋଇଛି । ତଦନ୍ତ ଚାଲିଛି । ଖୁବ୍‌ଶୀଘ୍ର ଗୋଟିଏ ନିର୍ଯ୍ୟାସରେ ପହଞ୍ଚିବ । ଆଗାମୀ ଦିନରେ ଠାକୁରଙ୍କ ରୀତିନୀତି ହେଉ କି ସେବା ଯୋଗାଇବା ହେଉ କିମ୍ବା ସେବାୟତ ମାନଙ୍କର କୌଣସି ବିଶୃଙ୍ଖଳା ନହେଉ ସେଥିପ୍ରତି ଧ୍ୟାନ ରଖାଯାଉଛି । ବିଶୃଙ୍ଖଳା ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ସେବାୟତ ମାନେ ସେଠାକୁ ଯାଇଥିଲେ ସେମାନଙ୍କୁ ଡାକି ପଚରା ଯାଉଛି । ସେବାୟତ ମାନେ ଅତିଥି ଭାବେ ଯାଇ ପାରିବେ କିନ୍ତୁ ଅନ୍ୟ କେଉଁଠି ସେବା ପୂଜା କରିବା ଭୁଲ କଥା ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଯେଉଁଭଳି କହିଥିଲି ସେମିତି ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ତଦନ୍ତ ସରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read:

ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଅସୁରକ୍ଷିତ ସ୍ଥାନ ନୁହେଁ : ସୁରେଶ ପୂଜାରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.