ସେୟାର ବଜାରର ଜୋରଦାର କମବ୍ୟାକ୍, ସେନସେକ୍ସ ୪୮୬ ଅଙ୍କ ମଜଭୁତ, ୧୦ ଦିନର ସର୍ବୋଚ୍ଚ ସ୍ତରରେ ସୂଚକାଙ୍କ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଗୁରୁବାର ଗ୍ଲୋବାଲ ମାର୍କେଟରୁ ମିଳିଥିବା ଦୁର୍ବଳ ସଂକେତକୁ ପଛରେ ପକାଇଛି । ହ୍ରାସରୁ କାରବାର ଆରମ୍ଭ କରିବା ପରେ ଜୋରଦାର କମବ୍ୟାକ୍ କରିଥିଲା ପୁଞ୍ଜି ବଜାର । ଏହାସହ ୧୦ ଦିନର ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି । ଦିନର କାରବାର ବେଳେ ବଜାରର ଉତ୍ଥାନ-ପତନରେ ଆଜି ସେନସେକ୍ସ ୪୮୬ ଅଙ୍କ ମଜଭୁତ ହୋଇଛି । ସେହିପରି ନିଫ୍ଟି ୧୬୮ ଅଙ୍କ ବଢି ବନ୍ଦ ହୋଇଛି ।

ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ଗୁରୁବାରର କାରବାର ଲାଲ୍ ସଂକେତରୁ ଆରମ୍ଭ କରିଥିଲା । କାରବାର ସମୟରେ ଏକଦା ସେନସେକ୍ସ ୩୦୦ ଅଙ୍କ ତଳେ କାରବାର କରୁଥିଲା । କିନ୍ତୁ ମଧ୍ୟାହ୍ମ ପରେ କାରବାରରେ ବ୍ୟାଙ୍କିଙ୍ଗ ଏବଂ ଆଇଟି ଓ ଏଫଏମସିଜି ସେୟାର କିଣିବା ବଳରେ ବଜାର ଉର୍ଦ୍ଧ୍ୱମୁଖୀ ହୋଇଥିଲା ।

ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୪୮୬.୫୦ ଅଙ୍କ ବା ୦.୬୬ ପ୍ରତିଶତ ବଢି ୭୪,୩୩୯.୪୪ ଅଙ୍କରେ ବନ୍ଦ ହୋଇଛି । ସେନସେକ୍ସ ଆଜି ୭୩,୫୫୬.୧୫ ଏବଂ ୭୪,୫୭୧.୨୫ ମଧ୍ୟରେ କାରବାର କରିଥିଲା । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ମଧ୍ୟରେ ୧୬୭.୯୫ ଅଙ୍କ ବା ୦.୭୫ ପ୍ରତିଶତ ବଢିଛି । ଶେଷରେ ୨୨,୫୭୦.୩୫ ଅଙ୍କରେ କାରବାର ବନ୍ଦ ହୋଇଥିଲା ।   

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.