Live Live
LIVE

ସଞ୍ଜୁଙ୍କ ପାଖରେ ଅମାପ ସମ୍ପତ୍ତି : ଆକାଉଣ୍ଟରେ କୋଟି କୋଟି ଟଙ୍କା, କେରଳରେ ରାଜପ୍ରସାଦ ଭଳି ଘର

NEWS7
sensex-and-nifty-end-at-record-closing-highs

ନୂଆଦିଲ୍ଲୀ, ୧୦ /୦୩: ଟି୨୦ ବିଶ୍ୱକପରେ ଦମଦାର ବ୍ୟାଟିଂ କରିଛନ୍ତି ଓପନର ସଞ୍ଜୁ ସାମସନ୍ । ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଲିଗ୍ ମୁକାବିଲା ହେଉ ବା ଇଂଲଣ୍ଡ ବିପକ୍ଷ ସେମିଫାଇନାଲ । ସବୁଠି ଗର୍ଜନ କରିଛି ସଞ୍ଜୁଙ୍କ ବ୍ୟାଟ୍ । ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ସାମସନ୍ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତର ବିଜୟରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ସଞ୍ଜୁଙ୍କର ସାରା ଦେଶରେ ଫ୍ୟାନ୍ସ ଫଲୋଅର୍ସ ଅଛନ୍ତି । ସବୁଠି ତାଙ୍କର କ୍ରେଜ୍ ରହିଛି । ଭାରତୀୟ ଦଳ ସହ ସେ ଆଇପିଏଲରେ ମଧ୍ୟ ଅନେକ ବର୍ଷ ଧରି ଖେଳୁଛନ୍ତି । ତାଙ୍କର ସମ୍ପତ୍ତି ମଧ୍ୟ ଖୁବ୍ ଅଧିକା । ରିପୋର୍ଟ ଅନୁସାରେ, ସାମସନ୍ ନିଜ ପତ୍ନୀ ଚାରୁଲତାଙ୍କ ସହ କେରଳର ଥିରୁଅନନ୍ତପୁରମରେ ଏକ ବଙ୍ଗଳାରେ ରୁହନ୍ତି । ଏହି ଘରର ଦାମ୍ ପ୍ରାୟ ୬ କୋଟି ଟଙ୍କା ହେବ । ଏହାକୁ କେରଳର ପାରମ୍ପରିକ ଡିଜାଇନରେ ତିଆରି କରାଯାଇଛି । ଘରେ ପ୍ରାଇଭେଟ୍ ଜିମ୍ ରହିଛି । ଘରେ ସମସ୍ତ ପ୍ରକାର ହାଇ ଟେକନୋଲୋଜି ରହିଛି । ଏହାସହ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଉଭୟ ପତି ପତ୍ନୀଙ୍କ ସମ୍ପତ୍ତି ରହିଛି ।

କେରଳର ଏହି ବ୍ୟାଟରଙ୍କ ଗ୍ୟାରେଜରେ ୬ଟି ଦାମୀ କାର୍ ଅଛି । ଏହା ମଧ୍ୟରେ ଦୁଇଟି ରେଞ୍ଜ୍ ରୋଭର ରହିଛି । ଯାହାର ଦାମ୍ ପ୍ରାୟ ୫ କୋଟି ଟଙ୍କା । ଆହୁରି ମଧ୍ୟ ଅଡି ଆରଏସ କ୍ୟୁ୮, ବିଏମଡବଲୁ ୨ ସିରିଜ୍, ଲେକ୍ସସ୍ ଇଏସ ୩୦୦ ଏଚ୍ କାର୍ ରହିଛି । ସେହିପରି ସଞ୍ଜୁ ବିସିସିଆଇ କଣ୍ଟ୍ରାକ୍ଟ୍ ଲିଷ୍ଟ ସିରେ ରହିଛନ୍ତି । ତାଙ୍କୁ ବିସିସିଆଇ ପକ୍ଷରୁ ବର୍ଷକୁ ଏକ କୋଟି ଟଙ୍କା ପ୍ରଦାନ କରାଯାଏ । ଏହା ବାଦ୍ ଗୋଟିଏ ଟି୨୦ ମ୍ୟାଚ୍ ପାଇଁ ତିନି ଲକ୍ଷ ଏବଂ ଦିନିକିଆ ପାଇଁ ୬ ଲକ୍ଷ ଟଙ୍କା ମିଳିଥାଏ ।

ଏହି ଖବରଟି ପଢନ୍ତୁ...  କାହିଁକି ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଆସିଲେନି କୋହଲି ? ଜଣା ପଡିଲା ସତ...

ଆଇପିଏଲରେ ସେ ଏବେ ଚେନ୍ନାଇ ସୁପର କିଙ୍ଗସରେ ଅଛନ୍ତି । ପୂର୍ବରୁ ସେ ରାଜସ୍ଥାନ ରୟାଲ୍ସରେ ରହିଥିଲେ । ପ୍ରଥମେ ୮ କୋଟି ଟଙ୍କାରେ ତାଙ୍କୁ ରାଜସ୍ଥାନ କିଣିଥିଲା । ପରେ ୨୦୨୨ରେ ତାଙ୍କୁ ୧୪ କୋଟି ଟଙ୍କା ପ୍ରଦାନ କରାଯାଉଥିଲା । ଏବେ ଚେନ୍ନାଇ ତାଙ୍କୁ ୧୮ କୋଟିରେ କ୍ରୟ କରିଛି । ଟି୨୦ ବିଶ୍ୱକପ୍ ଫାଇନାଲର ପ୍ରାଇଜ୍ ମନି ସହ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟରୁ ପୁରସ୍କାର ରାଶି ତାଙ୍କୁ ମିଳିଛି ।

ମୋଟାମୋଟି ଭାବେ ସେ ୧୧୦ କୋଟି ଟଙ୍କା କ୍ରିକେଟରୁ ଆୟ କରିଛନ୍ତି । ଏବେ ଅନେକ ବଡ ବଡ ବ୍ରାଣ୍ଡ୍ ତାଙ୍କ ସହ ଡିଲ୍ କରିବାକୁ ରାଜି ଅଛନ୍ତି । ଟି୨୦ ବିଶ୍ୱକପର ହିରୋ ପରେ ତାଙ୍କର ଡିମାଣ୍ଡ୍ ଅଧିକ ହୋଇଥିବା ଅନେକ ରିପୋର୍ଟରେ ପ୍ରକାଶ ପାଇଛି ।