ଭୁବନେଶ୍ୱର : ରାଜଧାନୀରେ ରାସ୍ତା କଡ଼ରେ ଚିକିମିକି ଭଳି କି ଭଳି ଡଙ୍ଗା... ଜୋରସୋରରେ ବିକ୍ରି ଚାଲିଛି...କାରଣ ରାତି ପାହିଲେ ବୋଇତ ବନ୍ଦାଣ ଉତ୍ସବ। ଗ୍ରାହକଙ୍କୁ ଆତ୍କୃଷ୍ଟ କରିବାକୁ କୌଣସି ବି ସୁଯୋଗକୁ ହାତ ଛଡ଼ା କରି ନାହାନ୍ତି କାରିଗର । ସୋଲରେ ତିଆରି କରିଛନ୍ତି ରଙ୍ଗ ବେରଙ୍ଗୀ ଡଙ୍ଗା କଦଳୀ ପଟୁଆ ଠାରୁ ଅଧିକ ଆକର୍ଷଣୀୟ କରିବାକୁ  ଭୁବନେଶ୍ୱରରେ ସୋଲରେ ଡଙ୍ଗା ତିଆରି କରିବାକୁ ଲାଗିପଡିଛନ୍ତି ବାପା ଝିଅ ଜ୍ବାଇଁ।

ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର।  ରାତି ପାହିଲେ ଡଙ୍ଗା ଭସା। ଡଙ୍ଗାରେ ପାନ ଗୁଆ ଥୋଇ ମାସକର ଧରମ ଗୋଟିଏ ଦିନରେ କରିବାକୁ ସମସ୍ତେ ଚାହିଁ ବସିଛନ୍ତି। ସେଥିପାଇଁ ସମସ୍ତେ ବେଶ୍ ଆଗ୍ରହର ସହ ଡଙ୍ଗା କିଣିବାରେ ବ୍ୟସ୍ତ। ଏହାରି ଭିତରେ  ଆକର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି  ଭୁବନେଶ୍ୱରର ମାଉସୀ ମା ମନ୍ଦିର ଛକରେ ମିଳୁଥିବା  ଡଙ୍ଗା।  କାହିଁକିନା ଏହି ଡଙ୍ଗା ସବୁର ନିଆରା ଡିଜାଇନ୍ କରାଯାଇଛି। ଯେମିତି କି   ଲିଙ୍ଗରାଜ ମନ୍ଦିର , ଜଗନ୍ନାଥ ମନ୍ଦିର , ରାମ ମନ୍ଦିର , ହଂସ , ପଦ୍ମ ପୋଖରୀ , ରାଜାରାଣୀ ମନ୍ଦିର ଭଳି ଆକୃତିର ସୁନ୍ଦର ସୁନ୍ଦର ଡଙ୍ଗା । ଆକର୍ଷଣୀୟ ଡଙ୍ଗା ଗୁଡିକୁ ମନଖୁସିରେ କିଣି ନେଉଛନ୍ତି ଗ୍ରାହକ । ଏହି ସୋଲରେ ତିଆରି ଡଙ୍ଗା ଗୁଡ଼ିକ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଛି।  100 ଟଙ୍କାରୁ ଆରମ୍ଭ କରି 3ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଡଙ୍ଗା ସବୁ ବିକ୍ରି କରୁଛନ୍ତି ବ୍ୟବସାୟୀ ।

ସେପଟେ ଏହି ଡଙ୍ଗା ତିଆରି କରିବାକୁ ବହୁ ପରିଶ୍ରମରେ ଲାଗିଛନ୍ତି ବାପା, ଝିଅ ଓ ଜ୍ବାଇଁ । ମାଉସୀ ମା ମନ୍ଦିର ଓଭର୍ବ୍ରିଜ୍  କଡରେ ଏକ କୁଡିଆ ଘରେ ଏହି ଡଙ୍ଗା ସବୁ ତିଆରି କରୁଛନ୍ତି ବାପା ରାଜେନ୍ଦ୍ର ପାତ୍ର, ଝିଅ ଅନିତା ପାତ୍ର , ଜ୍ବାଇଁ କୃଷ୍ଣ ସାହୁ ।  ସୋଲ , ରଙ୍ଗ ତୂଳୀ ସାହାଯ୍ୟରେ  ତିଆରି କରୁଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଡଙ୍ଗାତେବେ ଡଙ୍ଗା ଗୁଡ଼ିକୁ ତିଆରି କରିବାକୁ ଲାଗିଯାଉଛି ଘଣ୍ଟା ଘଣ୍ଟା ସମୟଦି ପଇସା ରୋଜଗାର କରିବାକୁ ଏହି ପରିବାର ଏବେ ପାଲଟିଛନ୍ତି ଡଙ୍ଗା କାରିଗର । ସୁନ୍ଦର ସୁନ୍ଦର ଡଙ୍ଗା ତିଆରି କରି ଏହି ପରିବାର ସମସ୍ତଙ୍କ ମଜ ଜିଣିବା ସହ ବେଶ୍  ପ୍ରଶଂସା ସାଉଁଟିଛନ୍ତିଏଠି କହି ପାରିବା ରାଜଧାନୀବାସୀଙ୍କ ଡଙ୍ଗା କିଣିବାର ଉତ୍ସାହ ପରମ୍ପରାକୁ ବଞ୍ଚାଇବା ରଖିବା ସହ ଏହି ପରିବାରକୁ ବେଶ୍ ଭଲ ରୋଜଗାର ଦେଇଛି।