ନୂଆଦିଲ୍ଲୀ ୧୬।୦୭; ଉତ୍ତରପ୍ରଦେଶ ମିରଟରେ କାଉଡିଆ ଯାତ୍ରାଙ୍କ ଉତ୍ସାହ ବୃଦ୍ଧି ପାଇଛି। ଏନେଇ ସମସ୍ତ ପ୍ରକାର ସୁବିଧା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପୁରା ଦମ୍ ଲଗାଇଦେଇଛନ୍ତି । କାଉଡିଆ ଯାତ୍ରା ଚାଲିଥିବାରୁ କାଳେ ସେମାନଙ୍କୁ ଅସୁବିଧା ହେବ ସେଥିପାଇଁ ମିରଟ ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ୧୬ ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଏହି ନିର୍ଦ୍ଦେଶ ଜିଲ୍ଲାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ବୋର୍ଡ, ସରକାରୀ କିମ୍ବା ବେସରକାରୀ, ପାଇଁ କଡ଼ାକଡ଼ି ପ୍ରଯୁଜ୍ୟ ହେବ।
ଜିଲ୍ଲାଧିକାରୀ ଡ.ବି.କେ ସିଂ କହିଛନ୍ତି କି, ଶ୍ରାବଣର ମୁଖ୍ୟ ପର୍ବ ଜୁଲାଇ ୨୩ ରେ ପଡୁଛି । ସେହିଦିନ ଜଳାଭିଷେକ ପରମ୍ପରା ନିର୍ବାହ କରାଯିବ । ଏହି ସମୟରେ ଲକ୍ଷାଧିକ କାଉଡିଆ ଜିଲ୍ଲା ଭିତରେ ପ୍ରବେଶ କରିବେ । ଭିଡ଼ ଭିତରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି କି, ନିର୍ଦ୍ଧାରିତ ଛୁଟି ଘୋଷଣା ସୟମରେ ଯଦି କୌଣସି ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲାଯାଏ ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ଓ ବ୍ଲକ ଶିକ୍ଷାଧିକାରୀ ଆଶା ଚୌଧୁରୀ ବି ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରିନ୍ସପାଲକୁ ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କହିବାକୁ ଗଲେ କାଉଡିଆମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ବିଭିନ୍ନ ଶିବାଳୟକୁ ଯିବାର ପ୍ରମୁଖ ପଥ ହେଉଛି ମିରଟ । ତେଣୁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ କାଉଡିଆମାନଙ୍କ ସୁଗମ ଯାତ୍ରାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ମିରଟ ଜିଲ୍ଲାପାଳ କହିଛନ୍ତି ।