Live Live
LIVE

ପରିବାର ଆଣିଲେ ସାଂଘାତିକ ଅଭିଯୋଗ, ପୋଲିସ ନିର୍ଯାତନାରୁ ଯୁବକଙ୍କ ଆତ୍ମହତ୍ୟା

NEWS7
school-van-overturned-in-cuttack-narsinghpur

କୋଣାର୍କ ୧୦।୦୩ : ଖାକିରେ ପୁଣି ଲାଗିଲା ଦାଗ । ପୋଲିସ ନିର୍ଯାତନା ସହିନପାରି ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ । ନ୍ୟାୟ ଦାବିରେ ମୃତଦେହ ରଖି ଥାନା ଆଗରେ ଧାରଣାରେ ବସିଲେ ଶତାଧିକ ଗ୍ରାମବାସୀ ।

ଏ ଖବର ବି ପଢନ୍ତୁ:-ସନ୍ଧ୍ୟାରେ ସଂଯୁକ୍ତାଙ୍କୁ ନେଇ ଘରକୁ ଆସିଲେ ବିଜୟ, କଣ ହେଲା କେଜାଣି ହାରିଦେଲେ ଜୀବନ...

ଖବର ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଡିହବାରୀ ଅଞ୍ଚଳର ଯୁବକ ସୁବ୍ରତ ଭୋଇକୁ ଜଣେ ନାବାଳିକାଙ୍କୁ ଅପହରଣ ମାମଲାରେ ପୋଲିସ ଉଠାଇ ନେଇଥିଲା । ହେଲେ ତାପର ଦିନ ସକାଳେ ମାନେ ମଙ୍ଗଳବାର ଗାଁ ପଡିଆରୁ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଏହାପରେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।  ପୋଲିସ ନିର୍ଯାତନା ସହିନପାରି ଯୁବକ ଜଣଙ୍କ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏ ଖବର ବି ପଢନ୍ତୁ:-ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପରିବର୍ତ୍ତନ ସମାବେଶରେ ହେବେ ସାମିଲ

ସେପଟେ ଯୁବକଙ୍କ ମୃତଦେହକୁ ଧରି ନ୍ୟାୟ ଦାବିରେ ନିମାପଡ଼ା ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଗ୍ରାମବାସୀ । କିନ୍ତୁ ପୋଲିସ କହିବା ଅନୁଯାୟୀ, ଆମେ ଉକ୍ତ ଯୁବକଙ୍କୁ ଥାନାକୁ ଆଣିନୁ । ପରିବାର ଲୋକେ ମିଛ ଅଭିଯୋଗ କରୁଛନ୍ତି । ଘଟଣାକୁ ନେଇ ଥାନା ପରିସରରେ ଉତ୍ତେଜନା ଦେଖାଦେଇଛି ।