ମହାଶିବରାତ୍ରି ଦିନ ଏହି ରାଶି ପାଇଁ ଘାତବାର, ବିଭିନ୍ନ ମାର୍ଗରୁ ଆୟ ବୃଦ୍ଧି ହେବ

NEWS7
school-by-neerja-giving-free-education-for-waste-plastic

ମେଷ- ରବିବାର ଆପଣଙ୍କ ପାଇଁ ଘାତବାର ରହିଛି, ତେଣୁ ବିଶେଷ ସତର୍କ ରୁହନ୍ତୁ। ତଥାପି ମହାଦେବଙ୍କ କୃପାରୁ ଆପଣଙ୍କୁ କର୍ମେ ଆନନ୍ଦ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ସାମାନ୍ୟ ବାଧା ଅନୁଭବ କଲେ ମଧ୍ୟ ସଫଳ ହେବେ। ଶିବ ଆରାଧନା କଲେ ସମସ୍ତ ବିପତ୍ତି ଦୂର ହେବ।

ବୃଷ- ମହା ଶିବରାତ୍ରୀ ଅବସରରେ ଆପଣଙ୍କ ମନ ଆଧ୍ୟାତ୍ମିକ ଭାବନାରେ ପୂର୍ଣ୍ଣ ରହିବ ଏବଂ ପୂଜାରେ ଖୁସି ଅନୁଭବ କରିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଶାନ୍ତ ରହି ପଢ଼ାପଢ଼ିରେ ମନୋନିବେଶ କରିବେ। ପରିବାରରେ ଶାନ୍ତି ବଜାୟ ରହିବା ସହ ଦିନଟି ପ୍ରସନ୍ନତାରେ କଟିବ।

ମିଥୁନ- ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, ଶରୀରରେ କୌଣସି ପୁରୁଣା ପୀଡ଼ା ବା ଯନ୍ତ୍ରଣା ବୃଦ୍ଧି ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ି ପାଇଁ ଅଧିକ ସମୟ ଦେବା ଆବଶ୍ୟକ। ଉପବାସ ଓ ବ୍ରତ କଲେ ମନକୁ ଶାନ୍ତି ମିଳିବ।

କର୍କଟ- ଆସନ୍ତାକାଲି ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ଜୀବନସାଥୀଙ୍କ ଠାରୁ ପ୍ରୀତି ଲାଭ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଲ୍ଲେଖନୀୟ ଉନ୍ନତି କରିବେ। ବ୍ୟବସାୟରେ ନୂତନ ଅଂଶୀଦାରଙ୍କ ସହଯୋଗ ମିଳିବା ସହ ଦିନଟି ସୁଖଦ ରହିବ।

ସିଂହ- ରବିବାର ଆପଣଙ୍କ ପାଇଁ ଘାତ ଚନ୍ଦ୍ର ରହିଛି, ତେଣୁ ଶତ୍ରୁ ଓ ଗୁପ୍ତ ରୋଗ ପ୍ରତି ସତର୍କ ରୁହନ୍ତୁ। ତଥାପି କୌଣସି ସୂତ୍ରରୁ ଦ୍ରବ୍ୟ ଲାଭ ହେବାର ସୁଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିଶ୍ରମ ଅନୁସାରେ ଫଳ ପାଇବେ। ମହାଦେବଙ୍କୁ ଜଳାଭିଷେକ କଲେ ସମସ୍ୟାର ସମାଧାନ ହେବ।

କନ୍ୟା- ଆସନ୍ତାକାଲି ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ଓ ସମ୍ମାନ ବୃଦଧି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୌଣସି ପ୍ରତିଯୋଗିତାରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସମୟ ଅନୁକୂଳ ଅଟେ।

ବିଛା- ଆସନ୍ତାକାଲି କୌଣସି ବଡ଼ ସଫଳତା ପାଇଁ ଆପଣଙ୍କୁ ଅଧିକ ଉଦ୍ୟମ କରିବାକୁ ପଡ଼ିବ, କିନ୍ତୁ ଶେଷରେ ସୁଫଳ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବେ। ପରିବାରରେ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ, ତେଣୁ ଶାନ୍ତ ରୁହନ୍ତୁ।

ଧନୁ- ଆର୍ଥିକ ଦିଗଟି ବହୁତ ଭଲ ରହିବ ଏବଂ ବିଭିନ୍ନ ମାର୍ଗରୁ ଆୟ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ କୌଣସି ଖୁସି ଖବର ପାଇପାରନ୍ତି। ବନ୍ଧୁମାନଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ।

ମକର- ଆସନ୍ତାକାଲି ନିଜ ରାଶିରେ ଚନ୍ଦ୍ର ଥିବାରୁ ମନ ପ୍ରସନ୍ନ ରହିବ ଏବଂ କୌଣସି ଆତ୍ମୀୟଙ୍କ ଠାରୁ ଶୁଭ ସମ୍ବାଦ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଆଜି ପୂଜାପାଠରେ ଅଧିକ ସମୟ ବିତିବ।

କୁମ୍ଭ- ରବିବାର ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବା ଫଳରେ ବନ୍ଧୁ ମିଳନର ଆନନ୍ଦ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପାଠପଢ଼ାରେ ଉନ୍ନତି କରିବେ। ଆଜି ଆର୍ଥିକ ଖର୍ଚ୍ଚ ବଢ଼ିପାରେ, ତଥାପି ଦିନଟି ମଧ୍ୟମ ଧରଣର ରହିବ।

ମୀନ- ଆସନ୍ତାକାଲି ମନରେ କୌଣସି କାରଣକୁ ନେଇ ସାମାନ୍ୟ ଅଶାନ୍ତି ରହିପାରେ, ତଥାପି ଯାତ୍ରା ଶୁଭପ୍ରଦ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଭ୍ରମଣ ସହିତ ଶିକ୍ଷା ଲାଭ କରିବେ। ମାନସିକ ସ୍ଥିରତା ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682