ଶୀଘ୍ର କିଣି ନିଅନ୍ତୁ ସୁନା, ଆଗକୁ ଆହୁରି ବଢିବ ଦାମ୍ : ଜାଣନ୍ତୁ କେତେ ଛୁଇଁବ ରେଟ୍

NEWS7
school-by-neerja-giving-free-education-for-waste-plastic

ମୁମ୍ବାଇ,୬|୦୧:ଆଗକୁ ସୁନାରେ ହାତ ମାରି ହେବନି । ହୁହୁ ହୋଇ ବଢିବ ସୁନା ଦର । ଖାଲି ସୁନା ନୁହେଁ ରୁପା ବି ରେକର୍ଡ କରିବ । ଚଳିତ ସପ୍ତାହରେ ଦୁଇ ଦାମୀ ଧାତୁର ଦାମ୍ ବଢିବାରେ ଲାଗିଛି । ଅଧିକ ଡିମାଣ୍ଡ ସହ, ବିଶ୍ୱରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ପ୍ରଭାବ ସୁନା ଏବଂ ରୁପା ଉପରେ ପଡିଛି ।

ରିପୋର୍ଟ ଅନୁସାରେ, ଏମସିଏକ୍ସରେ ସୁନା୧୫ଦିନରେ ପ୍ରାୟପ୍ରତିଶତ ବଢିଲାଣି । ଗତବର୍ଷ ଏହା ପ୍ରାୟ୮୦ପ୍ରତିଶତ ବୃଦ୍ଧି ଘଟିଥିଲା । ଚଳିତବର୍ଷ ଏବେସୁଦ୍ଧା ଦାମରେ୧୫ପ୍ରତିଶତ ବୃଦ୍ଧି ହେଲାଣି । ଏହାସହ୧୯୦ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମଧ୍ୟ ସୁନା ଦେଇଛି ।

ଏବେ କେତେ ରହିଛି ଦାମ୍

ବୁଧବାର ସୁନା ସର୍ବକାଳୀନ ରେକର୍ଡ ଛୁଇଁଥିଲା ।୧୦ଗ୍ରାମ ପିଛା ଏହା୧୪୩,୫୯୦ଟଙ୍କା ହୋଇଯାଇଥିଲା । ସେହିପରି ରୁପା ମଧ୍ୟଲକ୍ଷ୯୧ହଜାର୪୦୬ଟଙ୍କା ଛୁଇଁଥିଲା । ଘରୋଇ ବଜାରରେ ସୁନା.୬୭ପ୍ରତିଶତ ବଢି୧୪୩୨୦୧ରେ ଟ୍ରେଣ୍ଡ୍ କରୁଥିଲା । ରୁପା ମଧ୍ୟ ପ୍ରାୟପ୍ରତିଶତ ଉପରକୁ ଉଠି ୨୮୯,୦୦୦ଟଙ୍କାରେ କାରବାବନ୍ଦ ହୋଇଥିଲା ।

ବିଶେଷଜ୍ଞଙ୍କ କହିବାନୁସାରେ, ବିଶ୍ୱରେ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ତେଣୁ ସୁନା ଏବଂ ରୁପାର ଦାମ୍ ଅନିଶ୍ଚିତତା ଦେଇ ଗତି କରୁଛି । ଆମେରିକାର ଫେଡେରାଲ ବ୍ୟାଙ୍କ୍ ରେପୋ ରେଟ୍ ହ୍ରାସ ନେଇ କିଛି ସ୍ପଷ୍ଟ କରୁନାହିଁ । ଇରାନ ଉପରେ ଯୁଦ୍ଧ ଆଶଙ୍କା ଥିବାରୁ ସୁନା ଉପରେ ଅଧିକ ନିବେଶ ପାଇଁ ଲୋକ ଚାହୁଁଛନ୍ତି ।

ମୋତିଲାଲ ଓସଓ୍ୱାଲର ବିଶେଷଜ୍ଞଙ୍କ କହିବା କଥା ହେଲା,୨୦୨୬ହେବ ପରିବର୍ତ୍ତନର ବର୍ଷ । ଆରମ୍ଭରୁ ସଦାବେଳେ ସୁନା ଏବଂ ରୁପା ରେଟ୍ ବଢିଥାଏ । ପରେ ଏଥିରେ ସ୍ଥିରତା ଆସିଥାଏ । ଆଉ କିଛି ଦିନ ଯାଏଁ ଦର ଉପର ତଳ ହେବ । ଏବେ ସୁନା ତୁଳନାରେ ରୁପା ଦେଢରୁ ଦୁଇ ଗୁଣା ହାରରେ ବଢୁଛି । ରୁପାଲକ୍ଷ୯୪ହଜାର ଛୁଇଁପାରେ । ସେହିପରି ସୁନା ଲକ୍ଷେ୬୦ହଜାର ହୋଇପାରେ ବୋଲି ଅନୁମାନ କରାଯାଉଛି ।