କିଶୋରୀଙ୍କୁ ଦିଆଯିବ ସର୍ଭିକାଲ କ୍ୟାନ୍ସର, ୨୮ରେ ଟୀକାକରଣର ଶୁଭାରମ୍ଭ କରିବେ ପିଏମ

NEWS7
sc-verdict-on-permanent-commission-for-women-officers-in-navy-today

ଭୁବନେଶ୍ଵର: ଦେଶରେ କିଶୋରୀମାନଙ୍କୁ ଦିଆଯିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । ଆସନ୍ତା ୨୮ରେ ଏହି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଏବଂ ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ୩ଟି ଡୋଜ ଦିଆଯିବ । ରାଜ୍ୟରେ ମଧ୍ୟ ଏନେଇ କାର୍ଯ୍ୟକ୍ରମ ହାତକୁ ନେବେ ମୋହନ ସରକାର ।

କିଶୋରୀଙ୍କୁ ଦିଆଯିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୧୪ ବର୍ଷ ଯାଏଁ ଝିଅଙ୍କୁ ଗୋଟିଏ ଡୋଜ ଦିଆଯିବ । ସେହିଭଳି ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ଝିଅମାନଙ୍କୁ ୩ଟି ଡୋଜ ଦିଆଯିବ । ରାଜ୍ୟରେ ମଧ୍ୟ ଏନେଇ କାର୍ଯ୍ୟକ୍ରମ ହାତକୁ ନେବେ ମୋହନ ସରକାର । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ କରିବେ । ଏଥି ପାଇଁ ୩୧୧ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗର ଚିକିତ୍ସା କରାଯିବ ।

Also read: ପ୍ରେମ ରାସ୍ତାର କଣ୍ଟାକୁ ହଟାଇଦେଲା ଝିଅ ; ମା’-ଭାଇଙ୍କ ଗଳାକାଟିଲା, ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିଲା କେନାଲରେ

ଟୀକାକରଣ ନେଇ ଗାଇଡଲାଇନ୍ ଆଣିଛନ୍ତି ଭାରତ ସରକାର । ଏହି ଗାଇଡ୍ ଲାଇନ୍ ଅନୁସାରେ ୯ରୁ୧୪ ବର୍ଷର ଝିଅମାନଙ୍କୁ HPV ଟିକା ଦେବାକୁ ପରାମର୍ଶ ଦିଆଯାଇଛି।ଏହାକୁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଭିତରେ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି ।୩୦ ବର୍ଷ ବୟସରୁ ଅଧିକ ମହିଳାଙ୍କୁ ପ୍ରତି ୫ ବର୍ଷରେ ଥରେ ସ୍କ୍ରିନିଂ କରାଇବାକୁ ଦିଆଯାଇଛି ପରାମର୍ଶ । ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସ୍କ୍ରିନିଂ ବ୍ୟବସ୍ଥା ହେବ ।

ସଚେତନତା ଓ ପ୍ରଚାର ପାଇଁ ସ୍କୁଲ୍ ଓ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ମାଧ୍ୟମରେ ମହିଳାଙ୍କୁ ଏନେଇ ସଚେତନ କରାଯିବ । ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଗରିବ ମହିଳାମାନଙ୍କ ପାଇଁ ମାଗଣା ସ୍କ୍ରିନିଂ ଓ ଚିକିତ୍ସା ସୁବିଧା କରାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ଖର୍ଚ୍ଚ ଭରଣପୋଷଣ କରାଯିବ।ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ଜରାୟୁ କର୍କଟ ମାମଲା ଓ ମୃତ୍ୟୁହାର ହ୍ରାସ କରିବା ।

Also read: Puri : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ସମୁଦ୍ର କୂଳରେ ଆଉ ଚୋରି ହେବନି ବ୍ୟାଗ୍...

ଭାରତରେ ପ୍ରତିବର୍ଷ ସର୍ଭିକାଲ କ୍ୟାନସର ବା ଜରାୟୁ କର୍କଟରେ ପ୍ରାୟ ୭୬ହଜାରରୁ ୮୦ ହଜାର ମହିଳା ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ ନେଇ ସାରା ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ସଠିକ ସମୟରେ ସ୍କ୍ରିନିଂ ଏବଂ ଟୀକାକରଣ ଦ୍ବାରା ଏହି ରୋଗରୁ ରକ୍ଷା ମିଳିପାରିବ । ତେଣୁ ଏଭଳି ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ମୋଦି ସରକାର ।