ମୁଖ୍ୟସ୍ରୋତକୁ ଫେରିଲା ହିଡମାର ଘନିଷ୍ଠ ସହଯୋଗୀ, ୪୦ ମାଓବାଦୀଙ୍କ ସହ କଲା ଆତ୍ମସମର୍ପଣ

NEWS7
sc-verdict-on-permanent-commission-for-women-officers-in-navy-today

ମାଲକାନଗିରି ୩।୧: ସରି ସରି ଆସୁଛି ମାଓବାଦୀଙ୍କ ଡେଡ୍ଲାଇନ୍ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓ ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ବର୍ଷ ଆରମ୍ଭରୁ ମିଳିଲାଣି ସଫଳତା । ମାଓ ସଙ୍ଗଠନକୁ ଲଗିଛି ବଡ଼ ଝଟ୍କା । ଗୋଟିଏ ପଟେ ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀ ଟଳୁଥିବା ବେଳେ ଅନ୍ୟପଟେ ମୁଖ୍ୟସ୍ରୋତକୁ ଫେରୁଛନ୍ତି ସଂଖ୍ୟାଧିକ ମାଓବାଦୀ । ଛତିଶଗଡ଼ର ବସ୍ତର ଅଞ୍ଚଳରୁ ଆସିଛି ଏଭଳି ଏକ ବଡ଼ ଅପଡେଟ୍ । ଆତ୍ମସମର୍ପଣ କରିଛନ୍ତି ୪୦ରୁ ଅଧିକ ମାଓବାଦୀ ।

ଛତିଶଗଡ ବିଜାପୁର ମାଓ ସଙ୍ଗଠନର ଟପ୍ ମାଓ ନେତା ବାରସେ ଦେବାଙ୍କ ସହ ୪୦ ମାଓବାଦୀ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ PLGA ନମ୍ବର ୧ର କମାଣ୍ଡର ବାରସେ ଦେବା ଓରଫ ସୁକ୍କା ତାଙ୍କର ପ୍ରାୟ ୪୦ ଜଣ ସହଯୋଗୀଙ୍କ ସହ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ବାରସେ ଦେବା ଏବଂ ତାଙ୍କ ସହଯୋଗୀ ମାନେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ ଛାଡ଼ି ତେଲେଙ୍ଗାନାରେ ପହଞ୍ଚିଛନ୍ତି । ତେଲେଙ୍ଗାନା ଡିଜିପିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ।

ବାରସେ ଦେବା ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ମୁଣ୍ଡ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ମାଡଭି ହିଡମାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ, ବାଟାଲିୟନ ନମ୍ବର ୧କୁ କମାଣ୍ଡ କରିଥିଲେ । ହେଲେ ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ତେଲେଙ୍ଗାନା ଡିଜିପି କହିଛନ୍ତି ।