ରେଣୁକା ସ୍ୱାମୀ ହତ୍ୟା ମାମଲାରେ କନ୍ନଡ଼ ଅଭିନେତା ଦର୍ଶନଙ୍କୁ ଝଟକା, ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ ୧୪।୮: କନ୍ନଡ଼ ସିନେମାର ଜଣାଶୁଣା ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ସମସ୍ୟା ବଢିବାରେ ଲାଗିଛି। ଅଭିନେତାଙ୍କୁ ରେଣୁକା ସ୍ୱାମୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଦର୍ଶନଙ୍କ ଜାମିନକୁ ନେଇ କର୍ଣ୍ଣାଟକ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ ଲଗାଇଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ପୀଠ ଦର୍ଶନଙ୍କ ଜାମିନ ଉପରେ ଗୁରୁବାର ରୋକ ଲଗାଇ ଦେଇଛନ୍ତି। 

ମାମଲାରେ ସୁପ୍ରିମକୋର୍ଟ ଜୁଲାଇ ୨୪ ତାରିଖ ଦିନ କର୍ଣ୍ଣାଟକ ସରକାରଙ୍କ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଏବେ ସୁପ୍ରିମକୋର୍ଟ ନା କେବଳ କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ଆବେଦନ ରଦ୍ଦ କରିଦେଇଛନ୍ତି ବରଂ ଦର୍ଶନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ସହିତ ପବିତ୍ରା ଗୌଡ଼ା ଓ ଅନ୍ୟ ୫ ଅଭିଯୁକ୍ତଙ୍କ ଜାମିନ ମଧ୍ୟ ବାତିଲ କରିଦେଇଛନ୍ତି। 

ରେଣୁକା ସ୍ୱାମୀ ହତ୍ୟା ମାମଲାରେ ଦର୍ଶନଙ୍କ ଉପରେ ପୋଲିସ ସଙ୍ଗୀନ ଅଭିଯୋଗ ଲଗାଇଥିଲା। ଏହା ପରେ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ପୋଲିସ ଅଭିଯୋଗ କରିଥିଲା ଯେ ପୀଡ଼ିତଙ୍କୁ ଦର୍ଶନ ଜୁନ ୨୦୨୪ରେ ୩ ଦିନ ଲାଗି ବେଙ୍ଗାଲୁରୁର ଏକ ସେଡରେ ରଖିଥିଲେ। ସେଠାରେ ପୀଡ଼ିତଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ପରେ ପୀଡ଼ିତଙ୍କ ଶବ ଏକ ନାଳରୁ ଜବତ ହୋଇଥିଲା। ଏହି ହତ୍ୟାକାଣ୍ଡରେ ଦର୍ଶନଙ୍କ ସହ ଅନ୍ୟ ଲୋକେ ମଧ୍ୟ ସାମିଲ ଥିଲେ, ଯେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। 

ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଥିଲେ। ତେବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବିରୋଧ କରିବା ସହିତ ବିବାକାଧିନ କ୍ଷମତାର ଅପପ୍ରୟୋଗ ବୋଲି କହିଥିଲେ। ଦର୍ଶନ ଥୁଗୁଦୀପା ମୁଖ୍ୟତଃ କନ୍ନଡ଼ ସିନେମାରେ ସକ୍ରିୟ ଓ ସେ ଗତ ୨ ଦଶନ୍ଧୀରୁ ଊର୍ଦ୍ଧ୍ୱ କାଳ ହେଲା ଇଣ୍ଡଷ୍ଟ୍ରିରେ ଅଭିନୟ କରୁଛନ୍ତି। ୪୮ ବର୍ଷ ବୟଷ୍କ ଏହି ଅଭିନେତା ପ୍ରାୟତଃ ବିବାଦରେ ଥାନ୍ତି। ୨୦୧୧ ମସିହାରେ ଅଭିନେତାଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। 

ସେହିପରି ୨୦୨୧ ମସିହାରେ ଜଣେ ୱେଟରଙ୍କୁ ସେ ମାରପିଟ କରିଥିବାର ଅଭିଯୋଗ ହୋଇଥିଲା। ଏହା ପରେ ୨୦୨୩ରେ ସେ ତାଙ୍କ ପୋଷା କୁକୁରକୁ ପଡୋଶୀଙ୍କୁ କାମୁଡିବାକୁ ଛାଡି ଦେଇଥିବାର ଅଭିଯୋଗ ହୋଇଥିଲା। ହେଲେ ଏବେ ରେଣୁକା ସ୍ୱାମୀ ହତ୍ୟା କାଣ୍ଡରେ ଅଭିନେତା ଗୁରୁତର ଫଶି ଯାଇଛନ୍ତି। ତାଙ୍କ ଜାମିନ ରଦ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅଭିନେତାଙ୍କ ଲାଗି ଏକ ଝଟକା ବୋଲି ଏବେ ବୁଝା ଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.