ଭୁବନେଶ୍ଵର: ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି କରିଥିବା କରିଥିବା ଆଶାଳୀନ ମନ୍ତବ୍ୟକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଏହି ଘଟଣାରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଆଜି ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛନ୍ତି। ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ର ସଂହାର କରି ଯେପରି ବକ୍ତବ୍ୟ ଦେଇଛନ୍ତି ସେ ନେଇ ଡିଜପିଙ୍କୁ ଅବଗତ କରାଇଛନ୍ତି।
Also read: ତୃତୀୟ ଦିନରେ ଡ୍ରାଇଭର ସଂଘ ଆନ୍ଦୋଳନ, ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି, ପରିବା ଦରରେ ଲାଗିଲା ନିଆଁ
ଏହି ଘଟଣାରେ ଲେଖାଶ୍ରୀ ସାମନ୍ତସିଂହାର ମହିଳା ଥାନାରେ ଏତଲା ଦେଇଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସନ୍ତୋଷ ଖଟୁଆଙ୍କୁ ଗିରଫ କରି ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ଅନୁରୋଧ କରିଛି ବିଜେଡି। ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତେବେ କର୍ମଜୀବୀ ମହିଳାମାନେ ଆଉ ବାହାରକୁ ବାହାରିବେ ନାହିଁ କି ସୁରକ୍ଷିତ ମନେକରିବେ ନାହିଁ। ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଲୋକଙ୍କ ସରକାର କିନ୍ତୁ ଲୋକ ବିରୋଧୀ କାର୍ଯ୍ୟ ହେଉଛି । ସନ୍ତୋଷ ଖଟୁଆଙ୍କୁ ଗିରଫ ନ କଲେ ବିଜେଡି ଆନ୍ଦୋଳନ ତୀବ୍ରତର କରିବ । ପ୍ରତି ପରିବାର ଓ ପ୍ରତି ମହିଳାଙ୍କ ପାଖକୁ ଯିବ ବିଜେଡି ଏ ଲଢେଇକୁ ତୃଣମୂଳ ସ୍ତରକୁ ନିଆଯିବ ।