ପୂର୍ବ ସ୍ଵାମୀଙ୍କ ନିର୍ବନ୍ଧ ପରେ ‘ମୁଭ ଅନ’ କଲେ ସାମନ୍ଥା, କୋଟିପତି ନିର୍ମାତାଙ୍କୁ କରୁଛନ୍ତି ଡେଟ୍ !

Published By : Prameya-News7 Bureau | August 14, 2024 IST

ମୁମ୍ଵାଇ ୧୪।୦୮: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ। ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନେ ବିବାହର ୪ କିଛି ବର୍ଷ ପରେ ଅଲଗା ହୋଇଗଲେ। ବର୍ତ୍ତମାନ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି ।ସେମାନଙ୍କର ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ, ସାମନ୍ଥାଙ୍କ ନୂଆ ଲଭ ଲାଇଫ୍‌ ବିଷୟରେ ଖବର ଆସୁଛି । କୁହାଯାଉଛି ଅଭିନେତ୍ରୀ ମଧ୍ୟ ଆଗକୁ ବଢିଛନ୍ତି ବୋଲି ଖବର ଆସିଛି।

କାହାକୁ ଡେଟ କରୁଛନ୍ତି ସାମନ୍ଥା?

ରେଡ୍ଡିଟ୍ ରିପୋର୍ଟ ଅନୁଯାୟୀ ସାମନ୍ଥା ନିର୍ଦ୍ଦେଶକ ରାଜ ନିଡିମୋରଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳୁଛି। ସେମାନେ ପରସ୍ପରର ପ୍ରେମରେ ଉବୁଟୁବୁ ବୋଲି କୁହାଯାଉଛି । ଦୁହେଁ ଗୋଟିଏ ୱେବ୍ ସୋ’ରେ ଏକାଠି କାମ କରୁଛନ୍ତି। ସାମନ୍ଥା ତାଙ୍କର OTT ଡେବ୍ୟୁ କରିଥିଲେ ରାଜଙ୍କ ସୋ ’ଫ୍ୟାମିଲି ମ୍ୟାନ୍ ୨’ ଏବଂ ବର୍ତ୍ତମାନ ସେ ତାଙ୍କ ସୋ ସିଟାଡେଲରେ ନଜର ଆସିଛନ୍ତି । ଦି ଫ୍ୟାମିଲି ମ୍ୟାନ୍-୨ରେ ସାମନ୍ଥାଙ୍କୁ ବହୁତ ପସନ୍ଦ କରାଯାଇଥିଲା। ଅଭିନେତ୍ରୀଙ୍କୁ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପ୍ରଶଂସକମାନେ ମଧ୍ୟ ସିଟାଡେଲକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ହେଲେ ଏ ପର୍ଯ୍ୟନ୍ତ ସାମନ୍ଥା ଏବଂ ରାଜଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ସାମନ୍ଥା ଏବଂ ନାଗାଙ୍କ ବିଷୟରେ କଥାବାର୍ତ୍ତା କଲେ ଦୁହେଁ ୨୦୧୭ ରେ ବିବାହ କରିଥିଲେ। ବିବାହ ଚାରି ବର୍ଷ ପରେ ୨୦୨୧ ରେ ଏହି ଦମ୍ପତି ଅଲଗା ହୋଇ ଯାଇଥିଲେ। ସେମାନଙ୍କର ଅଲଗା ହେବା ପ୍ରଶଂସକଙ୍କୁ ଚକିତ କରିଥିଲା। ୨୦୨୨ରେ ସେ ମାୟୋସିଟିସ୍ ନାମକ ଏକ ରୋଗରେ ପୀଡିତ ଥିଲେ। ସେବେଠାରୁ ଅଭିନେତ୍ରୀ ନିଜକୁ ଦୃଢ କରି ରଖିଛନ୍ତି। ସେ ମଧ୍ୟ କିଛି ସମୟ କାମରୁ ବିରତି ନେଇଥିଲେ। ଏବେ ସେ କାର୍ଯ୍ୟକୁ ଫେରିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.