ମୁମ୍ଵାଇ ୨୩।୦୬; ବଲିଉଡ୍ର ଭାଇଜାନ ସଲମାନ ଖାନ । ବହୁତ ଦିନ ହେବ ତାଙ୍କ ସୁରକ୍ଷାକୁ ନେଇ ଖବରରେ ଅଛନ୍ତି। ନିକଟରେ ସେ ଅମୀରଙ୍କ ଫିଲ୍ମ ‘ସିତାରା ଜମିନ ପର୍’ର ସ୍କ୍ରିନିଂରେ ଯୋଗ ଦେଇଥିଲେ। ଏହି ସମୟରେ ସୁରକ୍ଷାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଜଣେ ଷ୍ଟାରକିଡ୍ ତାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିଲେ। ଯାହାକୁ ଅଭିନେତାଙ୍କ ସୁରକ୍ଷା ଟିମ୍ ଠେଲି ଦେଇଥିଲେ।
ସ୍କ୍ରିନିଂ ସମୟରେ ଘଟିଥିବା ଏହି ଘଟଣା ବହୁତ ଚର୍ଚ୍ଚା ସୃଷ୍ଟି କରିଛି। ଅମୀରଙ୍କ ଫିଲ୍ମ ‘ସିତାରେ ଜମିନ ପର’ ଶୋ’ରେ ସଲମାନ ଖାନ ଯୋଗ ଦେଇଥିଲେ। ଜୁନୈଦ ଖାନ ସଲମାନଙ୍କୁ ଦେଖିବା ମାତ୍ରେ ତାଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ପାଖରେ ଥିବା ସିକ୍ୟୁରିଟିମାନେ ତୁରନ୍ତ ତାଙ୍କୁ ଅଟକାଇ ଦେଲେ। ଜୁନୈଦ ସିକ୍ୟୁରିଟୀଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି କିନ୍ତୁ ସେମାନେ ତାଙ୍କୁ ସାଇଡ୍କୁ ଠେଲି ଦିଅନ୍ତି। ହେଲେ ଏହି ସମୟରେ କିନ୍ତୁ ସଲମାନ ଖାନଙ୍କ ଧ୍ୟାନ ଅନ୍ୟ ଆଡେ ଥିଲା। ଏହି ଘଟଣାଟି ତୁରନ୍ତ କ୍ୟାମେରାରେ କଏଦ ହୋଇଗଲା। ଏହାକୁ ଦେଖିବା ପରେ ସମସ୍ତେ ସୋସିଆଲ ମିଡିଆରେ ୟୁଜର୍ସମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।
ଜୁନୈଦ ଖାନଙ୍କ ପ୍ରତି ସଲମାନଙ୍କ ସିକ୍ୟୁରିଟିର ଏପରି ବ୍ୟବହାର ପାଇଁ ଅନେକ ଲୋକ ଖରାପ ଭାବିଛନ୍ତି। ଜଣେ ଲେଖିଛନ୍ତି - ସଲମାନ ଖାନ କ’ଣ ଅନ୍ଧ ଯେ ସେ ଜୁନୈଦଙ୍କୁ ଦେଖିପାରୁ ନାହାଁନ୍ତି। ଅନ୍ୟ ଜଣେ ଲେଖିଛନ୍ତି - ଏହା ବହୁତ ଅସଭ୍ୟ ଓ ଅଭଦ୍ରାମି। ସେ ଜୁନୈଦ ଖାନଙ୍କୁ ଦେଖିପାରୁ ନାହାଁନ୍ତି କି? ସଲମାନ ଖାନଙ୍କୁ ଦେଖନ୍ତୁ, ସେ ତାଙ୍କ ସୁରକ୍ଷା କର୍ମୀଙ୍କ ସହିତ କେତେ ଅହଂକାରୀ ଭାବରେ ଚାଲୁଛନ୍ତି। ଜୁନୈଦଙ୍କୁ ଦେଖନ୍ତୁ, ସେ କେତେ ସୁନ୍ଦର ବ୍ୟକ୍ତି।