ଫାୟାରିଂ ମାମଲା ପରେ ଗାଲାକ୍ସି ଆପାର୍ଟମେଣ୍ଟ ଛାଡିବେ ସଲମାନ ? ଭାଇ ଅରବାଜ୍ କଲେ ଖୁଲାସା

Published By : Prameya-News7 Bureau | April 27, 2024 IST

ମୁମ୍ଵାଇ ୨୭।୦୪: ଏପ୍ରିଲ୍ ୧୪, ଦୁଇଜଣ ବାଇକ୍‌ରେ ଆସି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ। ଯାହା ପରେ ସଲମାନ ଖାନଙ୍କ ପରିବାର ଏବଂ ପ୍ରଶଂସକମାନେ ବହୁତ ଚିନ୍ତିତ ଅଛନ୍ତି। ତେବେ ଏହା ପରେ ଉଭୟ ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ  ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଏହି ପୁରା ଘଟଣା ପରେ ସଲମାନ ଖାନ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଛାଡି ଅନ୍ୟ କୌଣସି ସ୍ଥାନରେ ରହିପାରନ୍ତି ବୋଲି ଅନେକ କଳ୍ପନାଜଳ୍ପନା ଚାଲିଛି। ଏଥି ସହିତ ସଲମାନଙ୍କ ଭାଇ ଅରବାଜ ଖାନ ଏହି ସବୁ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅରବାଜ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ପରିବର୍ତ୍ତନକୁ ନେଇ ଅନେକ ପ୍ରଶ୍ନର ସ୍ପଷ୍ଟୀକରଣ ଦେଇଛନ୍ତି। ଯେତେବେଳେ ଅରବାଜଙ୍କୁ ପଚରାଯାଇଥିଲା ଯେ ଗୁଳି ବିନିମୟ ପରେ ସଲମାନ ଗାଲାକ୍ସି ଆପାର୍ଟମେଣ୍ଟ ଛାଡିବାକୁ ଯୋଜନା କରୁଛନ୍ତି କି, ସେତେବେଳେ ଅଭିନେତା କହିଥିଲେ ଯେ ଆପଣ ଭାବୁଥିବେ ଏସବୁ କରି ସବୁ କିଛି ଠିକ୍ ହୋଇଯିବ କି? ସ୍ଥାନ କିମ୍ବା ଘର ବଦଳାଇବା ଦ୍ୱାରା ଏହା ଆଉ କରିବାକୁ କେହି ଚିନ୍ତା କରିବେ ନାହିଁ କି?

 


ଅରବାଜ ଆହୁରି କହିଛନ୍ତି, ମୋ ବାପା ସଲିମ ଖାନ ବର୍ଷ ବର୍ଷ ଧରି ସେହି ଘରେ ରହୁଛନ୍ତି। ସଲମାନ ମଧ୍ୟ ସେଠାରେ ଦୀର୍ଘ ବର୍ଷ ଧରି ରହିଆସୁଥିଲେ। ତାହା ହେଉଛି ସେମାନଙ୍କର ଘର। ଏହି ସବୁ ପରିସ୍ଥିତିରେ ଆମେ କେବଳ ସମସ୍ତଙ୍କ ସହିତ ରହିବା ଉଚିତ୍‌। ତାଙ୍କ ଯତ୍ନ ନେବା ନିହାତି ଆବଶ୍ୟକ। କହିବାକୁ ଗଲେ ଏପ୍ରିଲ ୧୪ ରବିବାର ସକାଳ ପ୍ରାୟ ୫ ଟା ସମୟରେ ଦୁଇଜଣ ବାଇକରେ ଆସି ସଲମାନ ଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ସେହି ସମୟରେ ସଲମାନ ଘରେ ଉପସ୍ଥିତ ଥିଲେ। ଗୁଳି ବିନିମୟ ପରେ ଉଭୟ ବାଇକ ଆରୋହୀ ସେଠାରୁ ପଳାଇ ଯାଇଥିଲେ। ତେବେ ଏହି ଘଟଣା ପରେ ସଲମାନ ଖାନଙ୍କ ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ଏଥିସହ ଗୁଜୁରାଟର ଭୁଜରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.