କେନ୍ଦ୍ରାପଡ଼ା ୨୮।୧୧: ଓଡ଼ିଶା ଷ୍ଟେଟ୍ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (OSWAS)ରେ କାମ ନକରିବା ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ୪୨ ବିଭାଗରେ ଦରମା ବନ୍ଦ କରାଯାଇଛି । ଦରମା ବନ୍ଦ କଲେ ଜିଲ୍ଲାପାଳ । ସରକାରୀ ନିର୍ଦ୍ଦେଶନାମାର ୩ ମାସ ପରେ ବି ଓସଓ୍ବାସରେ କାମ କରୁନଥିଲେ । ଓସୱାସରେ କାମ କଲେ ଦରମା ମିଳିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ସରକାରୀ ଆଦେଶନାମାକୁ ଅମାନ୍ୟ କରି ଦଣ୍ଡିତ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର କିଛି ସରକାରୀ କର୍ମଚାରୀ l ଓଡ଼ିଶା ଷ୍ଟେଟ୍ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ​​​​​​​ ବା ଓସୱାସ୍ ଆପ୍ଲିକେଶନରେ କାମ କରିବା ପାଇଁ ଥିବା ଆଦେଶ ଅବମାନନା କରିଥିବା ଜିଲ୍ଲାର କିଛି କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ରଘୁରାମ ଆର ଆୟର l ଜିଲ୍ଲା ପ୍ରଶାସନର ୪୨ ଗୋଟି ଅଫିସର କର୍ମଚାରୀଙ୍କ ଦରମା ବନ୍ଦ ହୋଇଛି l ଓସୱାସରେ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ୩ ମାସ ସମୟ ଦିଆଯାଇଥିଲା l ତେବେ ଜିଲ୍ଲା ଥିବା ୧୨୨ ଗୋଟି ସରକାରୀ କାର୍ଯ୍ୟାଳୟ ମଧ୍ୟରୁ ୮୦ ଗୋଟିରେ କାମ ହେଉଥିବା ବେଳେ ବାକି କାର୍ଯ୍ୟାଳୟରେ କାମ ହେଉ ନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଓସୱାସରେ କାମ କରିବା ପରେ ଦରମା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି l

ଅନ୍ୟପକ୍ଷରେ ଜିଲ୍ଲା କୃଷି ଅଧିକାରୀ ସୁରେଶ ମଲ୍ଲିକଙ୍କ କହିବା କଥା କି ବ୍ଲକ୍ କାର୍ଯ୍ୟାଳୟରେ ଅଧିକ ଅନିୟମିତତା ଦେଖା ଯାଇଛି l ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ଏପରି ହୋଇଛି ବୋଲି ସେ କହିଛନ୍ତି l