LIVE TV

ହ୍ୟୁମାନଙ୍କ ମୃତ୍ୟୁ ପାଇଁ କଣ୍ଠଶିଳ୍ପୀଙ୍କୁ ଦାୟୀ କଲେ ମା', କହିଲେ ପୁଅକୁ ବର୍ବାଦ କରି ମାରିଦେଲା

NEWS7
saifs-eldest-son-ibrahim-saved-his-life

କଟକ ୧୯/୧୧: ପରପାରିରେ ସ୍ୱପ୍ନ ସାଗର । ନୀରବି ଯାଇଛି ତାଙ୍କ ସ୍ୱର । ହେଲେ ତାଙ୍କ ମୃତ୍ୟୁକୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ଖାସ୍ କରି ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ମାଆ ଶେଫାଳି ସୁନା ଆଣିଛନ୍ତି ସାଂଘାତିକ ଅଭିଯୋଗ । ହ୍ୟୁମାନ୍ ମାଆଙ୍କ ସାଂଘାତିକ ଅଭିଯୋଗ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୩ ଜଣଙ୍କୁ ଦାୟୀ କରିଛନ୍ତି ମାଆ ।

କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ଦାୟୀ କରିଛନ୍ତି ହ୍ୟୁମାନଙ୍କ ମାଆ । ହ୍ୟୁମାନଙ୍କ ଟିମ୍ ସଦସ୍ୟ ପ୍ରଶାନ୍ତ ଏବଂ ପପୁଙ୍କ ନାଁରେ ବି ଅଭିଯୋଗ । 'ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା । 'ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ' କରାଉଥିଲେ' । ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମାଆ । ରୋଗ ନୁହେଁ ବରଂ ଡିପ୍ରେସନରେ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ମାଆ ଶେଫାଳି।

ଅର୍ପିତାଙ୍କ ନାଁ ନେଇ ତାଙ୍କ ମାଆ କହିଛନ୍ତି, ପୁଅକୁ ବର୍ବାଦ କରି ଧୋକା ଦେଲା। ଶେଷରେ ଡିପ୍ରେସନରେ ଆସି ପିଅର ମୃତ୍ୟୁ ହୋଇଥିବା କହିଛନ୍ତି ଶେଫାଳି ସୁନା । ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା। ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ' କରାଉଥିଲେ ବୋଲି ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମାଆ। ଏନେଇ ଅର୍ପିତା ଚୌଧୁରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ଏକ ଭିଡିଓ କ୍ଲିପ ହସ୍ତଗତ ହୋଇଛି । ଯେଉଁଥିରେ ଟିମ୍ ସଦସ୍ୟ ଜଣଙ୍କ ହ୍ୟୁମାନଙ୍କ ମାଆ କରିଥିବା ସଂଗୀନ ଅଭିଯୋଗକୁ ଖଣ୍ଡନ କରିବା ସହ ଓଲଟା ତାଙ୍କୁ ଅନେକ କଥା କହୁଛନ୍ତି । ଏପରିକି ଅଶ୍ରାଭ୍ୟ ଭାଷାରେ ଗାଳି ଦେଉଥିବା ଦେଖିବାକୁ ମିଳିଛି । ସେ ଆହୁରି କହିଛନ୍ତି କି, ହ୍ୟୁମାନଙ୍କ ଫୋନ୍ ରେ କ'ଣ ଥିଲା ଯାହାକୁ ଡିଲିଟ କରିବାକୁ ହ୍ୟୁମାନଙ୍କ ମାଆଙ୍କୁ ମନା କରୁଛନ୍ତି ତାଙ୍କ ପାଖେ ଥିବା ଯୁବକ ଜଣକ ।

କାହିଁକି ନା ହ୍ୟୁମାନଙ୍କ ମାଆ ଯେଉଁ ତିନି ଜଣଙ୍କୁ ଦାୟୀ କରୁଛନ୍ତି ତାଙ୍କ ମଧ୍ୟରେ ଏ ଯୁବକ ଅଛନ୍ତି । ଆହୁରି ଏହା ମଧ୍ୟ ଯୁବକ କହୁଛନ୍ତି ହ୍ୟୁମାନଙ୍କ କାମ ସରିଲେ ସବୁ ରହସ୍ୟ ଖୋଲିବେ । ତେବେ ପ୍ରକୃତରେ ଯୁବକ ଜଣକ କ'ଣ ରହସ୍ୟ ଖୋଲିବେ ତାହା ଏବେ ଗୁରୁତ୍ୱପୂର୍ଣ୍ଣ ।